ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲାଙ୍କ ବାର୍ଷିକ ଦରମା କେତେ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 17, 2019

ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲାଙ୍କ ବାର୍ଷିକ ଦରମା କେତେ?

ଓ୍ୱାଶିଂଟନ: ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲାଙ୍କ ବାର୍ଷିକ ଆୟ ବୃଦ୍ଧି ପାଇଛି। ନିକଟରେ ତାଙ୍କର ଦରମା ୬୬ ପ୍ରତିଶତ ବୃଦ୍ଧି କରିଛି କମ୍ପାନୀ। ଏହାପରେ ତାଙ୍କର ବାର୍ଷିକ ଆୟ ୪.୨୯ କୋଟି ଡଲାର (୩୦୪.୫୯ କୋଟି ଟଙ୍କା) ହୋଇଛି। ହାଇଦ୍ରାବାଦରେ ଜନ୍ମିତ ଏହି ସଫ୍ଟଓ୍ୱୟାର ଇଞ୍ଜିନିୟର ୨୦୧୪ରେ ମାଇକ୍ରୋସଫ୍ଟର ସିଇଓ ହୋଇଥିଲେ। ଏହାପରେ କମ୍ପାନୀ ପୂର୍ବ ଅପେକ୍ଷା ଭଲ ବ୍ୟବସାୟ କରି ଲାଭରେ ରହୁଥିବାରୁ ନାଡେଲାଙ୍କ ଦରମା ୬୬ ପ୍ରତିଶତ ବଢ଼ାଇଛି କମ୍ପାନୀ।

ମିଡିଆ ରିପୋର୍ଟ ଅନୁଯାୟୀ ନାଡେଲାଙ୍କ ଦରମା ୨୩ ଲକ୍ଷ ଡଲାର (୧୬.୩୩ କୋଟି ଡଲାର)। ତେବେ ସେ ଅନେକ ଶେୟାରରେ ପୁଞ୍ଜି ନିବେଶ କରିଥିବାରୁ ତାଙ୍କର ଅଧିକ ଆୟ ଶେୟାରରୁ ହେଉଛି ବୋଲି ଜଣାପଡ଼ିଛି।

ନାଡେଲାଙ୍କ ଦରମା ବୃଦ୍ଧି ନେଇ ମାଇକ୍ରୋସଫ୍ଟ ଏକ ବିଜ୍ଞପ୍ତି ଜାରି କରିଛି। ଯେଉଁଥିରେ ଉଲ୍ଲେଖ ରହିଛି ନାଡେଲାଙ୍କ ନେତୃତ୍ୱରେ ବିଗତ ୫ ବର୍ଷରେ କମ୍ପାନୀର ବଜାର ମୂଲ୍ୟ ୫୦୯ ଅରବ ଡଲାର ବଢ଼ିଛି। ଏବେ ମାଇକ୍ରୋସଫ୍ଟର ଶେୟାର ୧୦୭୨ ଡଲାର ରହିଥିବା ବେଳେ ଆପଲର ବଜାର ଶେୟାର ୧୦୫୯ ଅରବ ଡଲାର ରହିଛି। ନାଡେଲା ଏବେ ମାଇକ୍ରୋସଫ୍ଟ କ୍ଲାଉଡ କମ୍ପ୍ୟୁଟିଂ ଉପରେ କାମ କରୁଛନ୍ତି।



from Odisha Reporter https://ift.tt/2MmXfrU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages