ବାପାଙ୍କ ନିଷ୍ପତ୍ତି ଭୁଲ୍ ଥିଲା: ସମ୍ବିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 15, 2019

ବାପାଙ୍କ ନିଷ୍ପତ୍ତି ଭୁଲ୍ ଥିଲା: ସମ୍ବିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପିରେ ମିଶିବା ବାପାଙ୍କ ଭୁଲ୍ ନିଷ୍ପତ୍ତି ଥିଲା। ଦୁର୍ବଳ ମୁହୂର୍ତ୍ତରେ ସେମାନେ ବାପାଙ୍କୁ ଡାକି ବିଜେପିରେ ମିଶାଇଥିଲେ। ମୁଁ  ଅଟକାଇବାକୁ ଚେଷ୍ଟା କରିଥିଲି, ମନା ମଧ୍ୟ କରିଥିଲି। ହେଲେ ସେ ମାନି ନ ଥିଲେ,  ବିଜେପିରେ ମିଶିଥିଲେ”।  ଆଜି ବରିଷ୍ଠ ନେତା ଦାମୋଦର ରାଉତ ବିଜେପିରୁ ଇସ୍ତଫା ଦେବା ପରେ ତାଙ୍କ ପୁଅ ସମ୍ବିତ ରାଉତରାୟ ଏହି ମନ୍ତବ୍ୟ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ବରିଷ୍ଠ ନେତା ଦାମ ରାଉତ  ୭ ମାସ ପୂର୍ବେ ବିଜେପିରେ ଯୋଗ ଦେବା ସମୟରେ ମଧ୍ୟ ଏହାକୁ ଭୁଲ ବୋଲି କହିଥିଲେ ତାଙ୍କ ପୁଅ ସମ୍ବିତ ରାଉତ।  ଆଉ ଏବେ ତାହାର ପ୍ରତିଫଳନ ଦେଖିବାକୁ ମିଳିଥିବା କହିଛନ୍ତି ସମ୍ବିତ। ସେ ଆହୁରି କହିଛନ୍ତି, “ ବାପାଙ୍କ ମନପ୍ରାଣ ବିଜୁବାବୁଙ୍କର। ତେଣୁ ସେ ଅନ୍ୟ କୌଣସି ଦଳକୁ ଗଲେ ସହଜ ଅନୁଭବ କରି ପାରିବେ ନାହିଁ। ବାପା ରାଗରେ ଏହି ନିଷ୍ପତ୍ତି ନେଇଥିଲେ। ବିଜେପିର ଆଦର୍ଶ  ବାପାଙ୍କ ଆଦର୍ଶଠୁ ସମ୍ପୂର୍ଣ୍ଣ ଅଲଗା।”

ଦାମ ରାଉତ ବିଜେଡିକୁ ଫେରିବା ପ୍ରସଙ୍ଗରେ ସମ୍ବିତ କହିଛନ୍ତି,“ ଏହି କଥା ସମୟ କହିବ। ଆଗାମୀ ଦିନରେ ପରିବର୍ତ୍ତନ ହୋଇପାରେ। ଆମେ ଭବିଷ୍ୟତକୁ ଅପେକ୍ଷା କରିବା। ଯଦି ନେତୃତ୍ୱ ଚିନ୍ତା କରିବେ, ତାଙ୍କର ଆବଶ୍ୟକତା ଅଛି,ସେତେବେଳେ  ନିଷ୍ପତ୍ତି ନିଆଯିବ।”



from Odisha Reporter https://ift.tt/2ISifow

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages