କାଲିଯାଏ ତୁମେ
ମୋ ପାଖରେ ଥିଲ
କଞ୍ଚା ପତ୍ରର ଗହଳି ଭିତରେ
ସିଟି ମାରୁଥିଲ..
ବେଳ ଭଣ୍ଡି ଟାଣି ନେଉଥିଲ ମୋତେ
ଜହ୍ନ ଆଲୁଅରେ କେନ୍ଦୁଗଛ ମୂଳେ
ଦେଉଥିଲ ଚୁମା,
କେନ୍ଦୁଫଳ ଭଳିଆ ଚୁମାରେ ତୁମର
ମୋ ଦେହରେ ଫୁଟିଯାଉଥିଲା
ଗୁଦୁଗୁଦୁଆ ବୋମା।
ତୁମକୁ ଦେଖି ଇର୍ଷା କରୁଥିଲି ମୁଁ
ଇର୍ଷା କରୁଥିଲା ଜହ୍ନ
ଇର୍ଷା ବି କରୁଥିଲା ସାନ ଚିନ୍ଦିରି ବଡ଼ ଚିନ୍ଦିରି
ଚ଼କମା ମାଲଦା ଜୟନ୍ତ ଗିରି..
ଅଥଚ, ଏଇ କେଇଟା ଦିନ ଭିତରେ
କ’ଣ ହେଲା କେଜାଣି
ଦିନର ଗହଳି ଭିତରେ
ତୁମେ କେଉଁଠି ଯେ ହଜିଗଲ !
ଏବେ ଖବର କଗଜରେ ଇସ୍ତାହାରରେ
ପ୍ରତିଦିନ ଆସୁଛି ତୁମ ଛବି
ତୁମେ କୁଆଡେ଼ ନିରୁଦ୍ଧିଷ୍ଟ ପାଲଟି ଗଲ।
ଏବେ ଏଠି,
ମାଟି ନୁହେଁ ବିଶ୍ୱାସର ପାତ୍ର
ସବୁଜିମା ନୁହେଁ ବିଶ୍ୱାସର ଯୋଗ୍ୟ
ଏବେତ ଛାତ ଉପରେ
କଂକ୍ରିଟ୍ କୁଣ୍ଡ ଆଉ କ୍ୟାକ୍ଟସ୍
ପୁଣି ଛାତ ତଳେ ଠିଆ ହୋଇଛି ବିଷକନ୍ୟା..
ଏମିତିରେ ତୁମକୁ କେମିତି ଖୋଜିବି କୁହ
ଏବେତ ସହର ସାରା ଅଚିହ୍ନା ସ୍ୱର
ଏବଂ ନିଅନ୍ ଆଲୁଅର ବନ୍ୟା।
କବି : ଶୁଭ ନାରାୟଣ ସ୍ୱାଇଁ
ବେହେରାମାଲ୍
ଝାରସୁଗୁଡ଼ା
ଯୋଗାଯୋଗ: ୮୪୮୦୧୯୬୫୩୨
from Odisha Reporter https://ift.tt/32fb2GB
No comments:
Post a Comment