ଯାଜପୁର(ଅଭୟ ପତି): ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଯାଜପୁର ବନ୍ଦ ଡାକରା ଦିଆଯାଇଛି। ଏଥିଯୋଗୁ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି।
ବିଜେପି କର୍ମୀମାନେ ଆଜି ସକାଳ ୬ଟାରୁ ପିକେଟିଂ କରି ଜାରକା ନିକଟରେ ଥିବା ଜାତୀୟ ରାଜପଥ ୧୬ ଓ ଯାଜପୁର ରୋଡ୍ ଦଳା ଛକରେ ଏନ୍ଏଚ୍-୨୧୫କୁ ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଛି।
ଗିରଫ ଅଭିଯୁକ୍ତ ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ପ୍ରତି ପୁଲିସ୍ କୋହଳ ମନୋଭାବ ପ୍ରଦର୍ଶନ କରୁଥିବା ଦଳ ଅଭିଯୋଗ କରିଛି। ଏସ୍ପିଙ୍କ ବୟାନ ଓ ରୂପେଶଙ୍କ ପରିବାରର ବୟାନ ସମାନ ନେଇ ବିଜେପି ପ୍ରଶ୍ନ ଉଠାଇଛି। ଏସ୍ପି ମାମଲାକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗରେ ବିଜେପିର ଏକ ଟିମ୍ ଡିଜିପିଙ୍କୁ ଭେଟିଛି।
ସେହିପରି ଏହି ଘଟଣାରେ କଂଗ୍ରେସ ସିବିଆଇ ତଦନ୍ତ ଦାବି କରିଛି। ବିଜେପି ନେତା ସଜ୍ଜନ ଶର୍ମାଙ୍କ ସହ ରୂପେଶ ଭଦ୍ରାର ଫଟୋକୁ ନେଇ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ।
from Odisha Reporter https://ift.tt/2J4F8VG
No comments:
Post a Comment