ମାଟି ହାଣ୍ଡି କଙ୍କଡ଼ା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 15, 2019

ମାଟି ହାଣ୍ଡି କଙ୍କଡ଼ା

ଆବଶ୍ୟକ ସାମଗ୍ରୀ– କଙ୍କଡ଼ା, ପିଆଜ ବଟା, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, କଟା ପିଆଜ, ଲୁଣ, ଗରମ ମସଲା, ଜିରା ଗୁଣ୍ଡ, ଅଦା-ରସୁଣ ପେଷ୍ଟ, ତେଲ, ଟମାଟୋ ପେଷ୍ଟ, ତେଜପତ୍ର ଓ ଫୁଟଣ।

ପ୍ରସ୍ତୁତି ପ୍ରଣାଳୀ- କଙ୍କଡ଼ାକୁ ସଫା କରିବା ପରେ ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଳ୍ପ ଲୁଣ, ଅଦା-ରସୁଣ ବଟା ଓ ପିଆଜ ବଟା ପକାଇ ଗୋଳାଇ ଦିଅନ୍ତୁ। ଏବେ ମାଟି ହାଣ୍ଡିରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ଫୁଟଣ, ତେଜପତ୍ର, କଟା ପିଆଜ ଏବଂ ସ୍ୱାଦ ଅନୁସାରେ ଆଉ ଟିକେ ଲୁଣ ପକାଇ ଗୋଳାନ୍ତୁ।

ପିଆଜ ଭାଜି ହୋଇଯିବା ପରେ ସେଥିରେ ଅଳ୍ପ ପିଆଜ ବଟା, ଅଦା-ରସୁଣ ବଟା, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ ଏବଂ ଜିରା ଗୁଣ୍ଡ ପକାନ୍ତୁ ଓ କଷନ୍ତୁ। ମସଲା ଭଲ ଭାବେ କଷି ହୋଇଯିବା ପରେ ପୂର୍ବରୁ ମସଲା ଗୋଳାଇ ରଖିଥିବା କଙ୍କଡ଼ାକୁ ସେଥିରେ ପକାଇ ଗୋଳାଇ ଦିଅନ୍ତୁ ଓ କଷନ୍ତୁ। କଙ୍କଡ଼ା ଭଲ ଭାବେ କଷି ହୋଇଗଲେ ସେଥିରେ ଟମାଟୋ ପେଷ୍ଟ୍‌ ଓ ପାଣି ଦେଇ ଫୁଟାନ୍ତୁ। କିଛି ସମୟ ଫୁଟିବା ପରେ ସେଥିରେ ଗରମ ମସଲା ପକାନ୍ତୁ ଓ ଗ୍ୟାସ୍ ବନ୍ଦ କରି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ମାଟି ହାଣ୍ଡି କଙ୍କଡ଼ା। ଏହାକୁ ଭାତ ସହିତ ଖାଆନ୍ତୁ, ଖୁବ୍ ଭଲ ଲାଗିବ।



from Odisha Reporter https://ift.tt/2MKsFr4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages