ଅଯୋଧ୍ୟାର ବିବାଦୀୟ ଅଞ୍ଚଳରେ ଦୀପ ଜାଳି ପାରିବନି ଭିଏଚ୍‌ପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 15, 2019

ଅଯୋଧ୍ୟାର ବିବାଦୀୟ ଅଞ୍ଚଳରେ ଦୀପ ଜାଳି ପାରିବନି ଭିଏଚ୍‌ପି

ଲକ୍ଷ୍ନୌ: ଅଯୋଧ୍ୟାର ବିବାଦୀୟ ଅଞ୍ଚଳରେ ରାମ ମନ୍ଦିର ଥିଲା କି ନାହିଁ, ତା’ର ବିଚାର ସୁପ୍ରିମକୋର୍ଟରେ ଚାଲିଛି। ସୁପ୍ରିମକୋର୍ଟ କୌଣସି ନିଷ୍ପତ୍ତି ନେଇ ନଥିବା ବେବେଳେ ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍‌ପି) ଭଳି କିଛି ସଂଗଠନ ଦୀପାବଳିରେ ଉକ୍ତ ସ୍ଥାନରେ ଦୀପ ଜଳାଇବାକୁ ଉଦ୍ୟମ କରୁଛନ୍ତି। ତେବେ ଭିଏଚ୍‌ପିର ଏଭଳି ଉଦ୍ୟମ ଫସର ଫାଟିଛି।

ଅଯୋଧ୍ୟାର ଡିଭିଜନାଲ କମିଶନର(ଡିସି) ଭିଏଚ୍‌ପିକୁ ଏଥିପାଇଁ କୌଣସି ପ୍ରକାରର ଅନୁମତି ଦେଇନାହାନ୍ତି। ଡିସି ମନୋଜ ମିଶ୍ର କହିଛନ୍ତି, “ସୁପ୍ରିମକୋର୍ଟଙ୍କ ଅନୁମତି ବିନା ବିବାଦୀୟ ଅଞ୍ଚଳରେ କୌଣସି ନୂଆ ପରମ୍ପରାକୁ ସୁଯୋଗ ମିଳିବ ନାହିଁ। ଭିଏଚପି ଏଠାରେ ଦୀପ ଜାଳିବାକୁ ଚାହିଁଥିଲା। ହେଲେ ଆମେ ଏଥିପାଇଁ ଅନୁମତି ଦେଇନାହୁଁ। ଏବେ ସେମାନେ ଚାହିଁଲେ ନିଜର ଦାବିକୁ ସୁପ୍ରିମକୋର୍ଟଙ୍କୁ ଜଣାଇ ପାରିବେ।”

ଭିଏଚ୍‌ପି ନେତା ଶରଦ ଶର୍ମାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସୋମବାର ଡିସିଙ୍କୁ ଭେଟିବା ସହ ଦୀପ ଜାଳିବା ପାଇଁ ଅନୁମତି ମାଗିଥିଲା। ହେଲେ ଏହାକୁ ମୁସଲିମ ପକ୍ଷ ହାଜି ମେହବୁଦ ବିରୋଧ କରିଥିଲେ। ଯଦି ଦୀପ ଜାଳିବାକୁ ପ୍ରଶାସନ ଅନୁମତି ଦିଏ, ତା’ହେଲେ ଆମେ ବିବାଦୀୟ ଅଞ୍ଚଳରେ ନମାଜ ପାଠ ପାଇଁ ମଧ୍ୟ ଦାବି କରିବୁ।



from Odisha Reporter https://ift.tt/2MiHqTb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages