କଟକ(ଓଡ଼ିଶା ରିପୋର୍ଟର): ଓଡିଶା ହାଇକୋର୍ଟରେ ବିଚାରପତି ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟ କଲେଜିୟମ ନିଷ୍ପତ୍ତିକୁ ହାଇକୋର୍ଟ ବାର୍ ଆସୋସିଏସନ ତୀବ୍ର ବିରୋଧ କରିଛି। ପ୍ରତିବାଦରେ ଆଇନଜୀବୀମାନେ ଗତକାଲିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଆସନ୍ତାକାଲି ପର୍ଯ୍ୟନ୍ତ ସେମାନେ କାର୍ଯ୍ୟରେ ଯୋଗଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ।
ବିଚାରପତି ନିଯୁକ୍ତି ପ୍ରସଙ୍ଗରେ ଉଭୟ ହାଇକୋର୍ଟ କଲେଜିୟମ ଓ ସୁପ୍ରିମକୋର୍ଟ କଲେଜିୟମ ନିଷ୍ପତ୍ତିକୁ ବାର୍ ଦୃଢ ନିନ୍ଦା କରିବା ସହ ଏହାକୁ ଉଚ୍ଛେଦ ପାଇଁ ଦାବି କରିଛି । କଲେଜିୟମ ବ୍ୟବସ୍ଥା ଦ୍ୱାରା ବିଚାରପତି ନିଯୁକ୍ତି ପ୍ରକ୍ରିୟା ସ୍ୱଚ୍ଛ ହୋଇପାରୁ ନ ଥିବା ଦର୍ଶାଇଛି ବାର୍ । ଏହା ବଦଳରେ ଜାତୀୟ ନ୍ୟାୟିକ ଆୟୁକ୍ତ ବା (NJC) ଲାଗୁ ପାଇଁ ବାର୍ ପକ୍ଷରୁ ଉଦ୍ୟମ କରାଯିବ ବୋଲି କୁହାଯାଇଛି । ଏହି ପ୍ରସଙ୍ଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ଆଇନମନ୍ତ୍ରୀଙ୍କ ସହ ଆଲୋଚନା କରାଯିବ ବୋଲି ବାର୍ ନିଷ୍ପତ୍ତି ଗ୍ରହଣ କରିଛି ।
from Odisha Reporter https://ift.tt/32iyUcf
No comments:
Post a Comment