ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ନିମାପଡ଼ାର ଜୟଶ୍ରୀ ସିନେମା ହଲ୍ ନିକଟରୁ ଗତକାଲି୨୪ ଗ୍ରାମ୍ ହିରୋଇନ୍ ପାଉଡର୍ ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଜବତ ହିରୋଇନ୍ର ମୂଲ୍ୟ ୩ ଲକ୍ଷ ଟଙ୍କା ହେବ। ଗିରଫଦ୍ୱୟ ହେଲେ ସାନ୍ତୁନ ଶେଖର ଦାସ ଓ ସତ୍ୟ ରଞ୍ଜନ ଦାସ।
ସାନ୍ତୁନ ସାମନ୍ତ ଚନ୍ଦ୍ର ଶେଖର କଲେଜର ଯୁକ୍ତ ତିନି ତୃତୀୟ ବର୍ଷର ପଦାର୍ଥ ବିଜ୍ଞାନ ଛାତ୍ର । ସତ୍ୟ ରଞ୍ଜନଙ୍କ ସହାୟତାରେ ସେ ପୁରୀ ଓ ନିମାପଡ଼ା ସହରରେ ଦୀର୍ଘ ଦିନ ଧରି ବେଆଇନ ନିଶାଦ୍ରବ୍ୟ କାରବାର କରୁଥିଲା।
ନିମାପଡ଼ା ବଜାରରେ ବେଆଇନ୍ ହିରୋଇନ୍ କାରବାର ଚାଲୁଥିବା ନେଇ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂଙ୍କ ନିର୍ଦ୍ଦେଶରେ ଗତକାଲି ଅବକାରୀ ଅଧିକ୍ଷକ ଓ କର୍ମଚାରୀଙ୍କ ଦ୍ୱାରା ମିଳିତ ଚଢ଼ଉ କରାଯାଇଥିଲା।
from Odisha Reporter https://ift.tt/2BeIQaQ
No comments:
Post a Comment