ସମୁଦ୍ରରେ ଫିଙ୍ଗାଗଲା ବାଗଦାଦିର ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 28, 2019

ସମୁଦ୍ରରେ ଫିଙ୍ଗାଗଲା ବାଗଦାଦିର ମୃତଦେହ

ୱାଶିଂଟନ୍‌: ଅଲ କାଏଦା ମୁଖ୍ୟ ଓସାମା ବିନ୍‌ ଲାଡେନ୍‌ ଭଳି ଆଇଏସ୍‌ ମୁଖ୍ୟ ଅବୁ ବକର ଅଲ ବାଗଦାଦିକୁ ମଧ୍ୟ ଆମେରିକା ସର୍ଜିକାଲ ଷ୍ଟ୍ରାଇକ କରି ଖତମ କରିଦେଇଛି। ଶନିବାର ରାତି ୧ଟାରେ ଆମେରିକା ପକ୍ଷରୁ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ଡରି ଯାଇ ବାଗଦାଦି ନିଜକୁ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲା। ଏହାପରେ ଓସାମା ଭଳି ବାଗଦାଦିର ମୃତଦେହକୁ ମଧ୍ୟ ଆମେରିକା ପକ୍ଷରୁ ସମୁଦ୍ରରେ ଫୋପାଡ଼ି ଦିଆଯାଇଛି। ତେବେ କେଉଁ ସ୍ଥାନରେ ଓ କେତେବେଳେ ଆମେରିକା ସେନା ବାଗଦାଦିର ମୃତଦେହକୁ ସମୁଦ୍ରରେ ଫିଙ୍ଗିଲା ସେ ସମ୍ପର୍କରେ ପେଣ୍ଟାଗନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

୩ ସେନାର ମୁଖ୍ୟ ଜେନେରାଲ ଜେନେରାଲ ମାର୍କ ମିଲେ କହିଛନ୍ତି, “ବାଗଦାଦି ଶନିବାର ରାତିର କାର୍ଯ୍ୟାନୁଷ୍ଠାନ ବେଳେ ନିଜକୁ ବିସ୍ଫୋରଣ ଦ୍ୱାରା ଉଡ଼ାଇ ଦେଇଥିଲା। ଏହାପରେ ତା’ର ଡିଏନ୍‌ଏ ପରୀକ୍ଷା ହୋଇଥିଲା। ଏଥିସହ ଅପରେସନରେ ସାମିଲ ଥିବା ଯବାନମାନେ ତା’ର ଖଣ୍ଡବିଖଣ୍ଡିତ ମୃତଦେହକୁ ଆଣିଥିଲେ। ଏବେ ଏହାକୁ ଡିସପୋଜ କରିଦିଆଯାଇଛି। ଆମେ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାରର କାର୍ଯ୍ୟ କରୁଛୁ। ଆମେରିକା ମିଲିଟାରୀ ପ୍ରକ୍ରିୟା ଅନୁସାରେ ବାଗଦାଦିର ମୃତଦେହକୁ ଫୋପାଡ଼ା ଯାଇଛି। ତେଣୁ ଆମେ ଆଇନ୍‌ ଅନୁସାରେ କାର୍ଯ୍ୟ କରୁଛୁ।”

ଅନ୍ୟପକ୍ଷରେ ଅପରେସନ ବେଳର ସମସ୍ତ ଦୃଶ୍ୟକୁ ରେକର୍ଡିଂ କରାଯାଇଥିବା ଜଣାପଡ଼ିଛି। ହେଲେ ଏବେ ଆମେରିକା ଏହାକୁ ସାର୍ବଜନୀନ କରିବ ନାହିଁ ବୋଲି କହିଛି। ସୂଚନାଯୋଗ୍ୟ, ୨୦୧୧ରେ ପାକିସ୍ତାନର ଆବୋଟ୍ଟାବାଦରେ ଲୁଚି ଥିବା ଓସାମାକୁ ମଧ୍ୟ ଆମେରିକା ଏଭଳି ସର୍ଜିକାଲ ଷ୍ଟ୍ରାଇକ୍‌ କରି ଖତମ କରିଥିଲା। ଏହାପରେ ତା’ ମୃତଦେହକୁ ସମୁଦ୍ରରେ ଭସାଇ ଦେଇଥିଲା।



from Odisha Reporter https://ift.tt/2qT153T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages