ୱାଶିଂଟନ୍: କୁଖ୍ୟାତ ଆତଙ୍କବାଦୀ ତଥା ମୃତ୍ୟୁର ସୌଦାଗର ଭାବେ ପରିଚିତ ଆଇଏସ ମୁଖ୍ୟ ଅବୁ ବକର ଅଲ ବାଗଦାଦିକୁ ଆମେରିକା ଖତମ କରିଦେଇଛି। ତେବେ ଅପରେସନ୍ ବାଗଦାଦିକୁ ସଫଳ ରୂପ ଦେବା ପାଇଁ ଆମେରିକା ସେନାରେ ଥିବା ସାହାସୀ କୁକୁର ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।
ଆମେରିକା ସେନା କବଳରୁ ବର୍ତ୍ତିବା ପାଇଁ ବାଗଦାଦି ଏକ ଗୁମ୍ଫା ମଧ୍ୟରେ ପଶି ଯାଇଥିଲା। ଏହି ସମୟରେ ତାକୁ ସେନାର ଗୋଟିଏ କୁକୁର ଗୋଡ଼ାଇ ଥିଲା। କୁକୁରକୁ ଦେଖିବା ପରେ ସେ କାନ୍ଦି କାନ୍ଦି ଦୌଡ଼ି ଥିଲା। ଶେଷରେ କୁକୁର ଭୟରେ ସେ ନିଜକୁ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲା। ଏଥିରେ ସାହାସୀ କୁକୁରଟି ସାମାନ୍ୟ ଆହତ ହୋଇଥିଲା।
ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉକ୍ତ କୁକୁରର ଫଟୋକୁ ଟ୍ୱିଟ କରିଛନ୍ତି। ଏହି କୁକୁରଟି ବେଲଜିଆନ୍ ମାଲିନୋଇଜ୍ ପ୍ରଜାତିର। ସେ ଆମେରିକାର ସ୍ପେଶାଲ ଫୋର୍ସ ସହ କାମ କରୁଥିଲା। ସେ ହିଁ ବାଗଦାଦିର ଅପରେସନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।
ଟ୍ରମ୍ପ ଟ୍ୱିଟ କରି କହିଛନ୍ତି, “ଆମେ ସାହାସୀ ଓ ସୁନ୍ଦର କୁକୁରର ଫଟୋକୁ ସାର୍ବଜନୀନ କରୁଛୁ। ତା’ ନାଁ ସାର୍ବଜନୀନ କରାଯିବ ନାହିଁ। ଏହି କୁକୁରଟି ହିଁ ଆଇଏସଆଇଏ ମୁଖ୍ୟ ବାଗଦାଦିକୁ ଠାବ କରିବା ଓ ହତ୍ୟା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଆମେ ଏଥିପାଇଁ ଗର୍ବିତ।”
୩ ସେନା ବାହିନୀର ମୁଖ୍ୟ ଜେନେରାଲ ମାର୍କ ମିଲ୍ଲେ କହିଛନ୍ତି, “ଏହି ଜନ୍ତୁଟି ବେଶ ଚମତ୍କାର କାମ କରିଛି। ଅପରେସନ ବେଳେ ସେ ସାମାନ୍ୟ ଆହତ ହୋଇଥିଲା। ଏବେ କିନ୍ତୁ ସେ ଭଲ ଅଛି। ସୁସ୍ଥ ହେବା ପରେ ସେ ତା’ର ହ୍ୟାଣ୍ଡଲର ସହ ଏକ ଗୁପ୍ତ ସ୍ଥାନରେ ଟ୍ରେନିଂ ମଧ୍ୟ ଆରମ୍ଭ କରିଛି। ବର୍ତ୍ତମାନ ସ୍ଥିତିରେ ଆମେ କୁକୁରଟିର ନାଁ ଏବଂ ତା’ର ସ୍ଥାନ ସାର୍ବଜନୀନ କରିବୁ ନାହିଁ।”
from Odisha Reporter https://ift.tt/2JuVAyy
No comments:
Post a Comment