ପାରାଦୀପ(ରମାକାନ୍ତ ନାୟକ): ପାରାଦୀପର ନିଷିଦ୍ଧାଞ୍ଚଳ ଆଇରନ୍ ପ୍ଲଟ୍ରେ ଆଇରନ୍ ଅନ୍ଲୋଡ୍ ବେଳେ ୧୭୬ ଗ୍ରୁପ୍ର ଜଣେ ସିଏଫ୍ଏଚ୍ ଶ୍ରମିକଙ୍କ ଉପରେ ଏକ ଟ୍ରକ୍ ଚଢ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ଶ୍ରମିକଙ୍କ ନାଁ ଗନ୍ଧର୍ବ ଗୌଡ଼। ତାଙ୍କ ଘର ଗଞ୍ଜାମ ଜିଲ୍ଲା ଚାଟମୁଣ୍ଡୁଳି ଗାଁରେ।
ଗତକାଲି ବିଳମ୍ୱିତ ରାତିରେ ଏହି ଦୁର୍ଘଟଣା ଘଟିଛି। ତେବେ ମୃତ ଶ୍ରମିକଙ୍କ ପରିବାରର ଜଣଙ୍କୁ ନିଯୁକ୍ତି ଦେବା ସହ କ୍ଷତିପୂରଣ ଦେବାକୁ ଶ୍ରମିକ ସଂଘ ପକ୍ଷରୁ ଦାବି କରାଯାଇଛି। ଏନେଇ ବନ୍ଦର ପରିଚାଳନା କମିଟି ସହିତ ଶ୍ରମିକ ସଂଘ ନେତା ଆଲୋଚନା ଜାରି ରଖିଛନ୍ତି। ଟ୍ରକ୍ ଡ୍ରାଇଭର ବନ୍ଦର ସୁରକ୍ଷାକର୍ମୀଙ୍କ ଦ୍ୱାରା ଅଟକ ଥିବା ଜଣାପଡ଼ିଛି।
from Odisha Reporter https://ift.tt/2WvLl2t
No comments:
Post a Comment