ଆଜିଠୁ ବନ୍ଦ ହେବନି ଭୁବନେଶ୍ୱର ଏୟାରପୋର୍ଟର ରାତ୍ରିକାଳୀନ ସେବା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 31, 2019

ଆଜିଠୁ ବନ୍ଦ ହେବନି ଭୁବନେଶ୍ୱର ଏୟାରପୋର୍ଟର ରାତ୍ରିକାଳୀନ ସେବା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଭୁବନେଶ୍ୱର ଏୟାରପୋର୍ଟର ରାତ୍ରିକାଳୀନ ସେବା ଆଜିଠୁ ବନ୍ଦ ହେବନି । ରନ୍‌ୱେର ରି–କାର୍ପେଟିଂ କାରଣରୁ ଆଜିଠୁ ଏୟାରପୋର୍ଟର ରାତ୍ରିକାଳୀନ ସେବା ବନ୍ଦ ହେବାର ଥିଲା। କିନ୍ତୁ ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇ ଏହାକୁ ମାସେ ପାଇଁ ଘୁଞ୍ଚାଇ ଦିଆଯାଇଛି ।

ନୂଆ ନିଷ୍ପତ୍ତି ଅନୁଯାୟୀ, ଡିସେମ୍ବର ୧ ତାରିଖରୁ ଭୁବନେଶ୍ୱର ଏୟାରପୋର୍ଟର ରାତ୍ରିକାଳୀନ ସେବା ବନ୍ଦ ରଖାଯିବ ବୋଲି  ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।  ଡିସେମ୍ବର ୧ ତାରିଖରୁ ରାତି ସାଢ଼େ ୧୦ଟାରୁ ସକାଳ ସାଢ଼େ ୫ଟା ପର୍ଯ୍ୟନ୍ତ ସମସ୍ତ ଅପରେସନ ବନ୍ଦ ରହିବ । ଏହି ରନ୍‌ୱେର ରି-କାର୍ପେଟିଂ କାମ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ଉଦ୍ୟମ କରାଯିବ ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।  ଏହାପରେ ଏପ୍ରିଲ ୧ ତାରିଖରୁ ଜୁନ୍ ୩୦ ପର୍ଯ୍ୟନ୍ତ ଦିନବେଳା ଅର୍ଥାତ୍ ପୂର୍ବାହ୍ନ ସାଢ଼େ ୧୦ଟାରୁ ସାଢ଼େ ୬ଟା ପର୍ଯ୍ୟନ୍ତ ସେବା ବନ୍ଦ ରହିବ ।



from Odisha Reporter https://ift.tt/322smxB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages