ଅହମଦାବାଦ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ତାଙ୍କ ପତ୍ନୀ ସବିତା କୋବିନ୍ଦ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ଏହି ଅବସରରେ ଆଜି ସକାଳେ ଗାନ୍ଧିନଗର ସ୍ଥିତ ରାୟସନ ଗାଁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନଙ୍କୁ ଭେଟିଛନ୍ତି। ପାଖାପାଖି ୩୦ ମିନିଟ୍ ଧରି ରାଷ୍ଟ୍ରପତି ଓ ତାଙ୍କ ସ୍ତ୍ରୀ ହୀରାବେନଙ୍କ ସହ କଥା ହୋଇଥିଲେ। ସୂଚନାଯୋଗ୍ୟ, ହୀରାବେନ ତାଙ୍କ ସାନ ପୁଅ ପଙ୍କଜ ମୋଦିଙ୍କ ସହ ଏବେ ରହୁଛନ୍ତି।
ଏହାପରେ ରାଷ୍ଟ୍ରପତି କୋବା ସ୍ଥିତ ମହାବୀର ଜୈନ ଆରଧନା କେନ୍ଦ୍ରକୁ ଯାଇଥିଲେ। ଏହି କେନ୍ଦ୍ରରେ ଜୈନ ମନ୍ଦିର, ପୁସ୍ତକାଳୟ ଏବଂ ଏକ ସଂଗ୍ରହାଳୟ ରହିଛି। ଯେଉଁଥିରେ ଭାରତୀୟ ଏବଂ ଜୈନ ସଂସ୍କୃତି ବାବଦରେ ପୁସ୍ତକ ରହିଛି। ରାଷ୍ଟ୍ରପତି ଏହି ପୁସ୍ତକ ଗୁ଼ଡ଼ିକୁ ଦେଖିବା ପାଇଁ ଇଚ୍ଛୁକ ଥିଲେ। ତେଣୁ ଅକ୍ଚୋବର ୧୩ରେ ରାଷ୍ଟ୍ରପତିଙ୍କୁ ଆମନ୍ତ୍ରିତ କରାଯାଇଥିଲା ବୋଲି ମହାବୀର ଜୈନ ମନ୍ଦିରର ଆରଧନା କେନ୍ଦ୍ର ପକ୍ଷରୁ କୁହାଯାଇଛି।
from Odisha Reporter https://ift.tt/2MBOIAl
No comments:
Post a Comment