ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ, ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 9, 2019

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ, ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ପୁଣେ: ମହାରାଷ୍ଟ୍ର କ୍ରିକେଟ ଷ୍ଟାଡ଼ିୟମରେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ ମ୍ୟାଚ ପାଇଁ ଟସ୍ ପଡ଼ିଛି। ଭାରତ ଟସ୍ ଜିତି ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛି। ବିଶାଖପାଟଣାରେ ପ୍ରଥମ ଟେଷ୍ଟ ମ୍ୟାଚ ଭାରତ ଜିତିଥିବାରୁ ଏହି ମ୍ୟାଚରେ ମଧ୍ୟ ଜିତିବ ବୋଲି ଆଶା ରଖିଛି।

ପ୍ରଥମ ଟେଷ୍ଟକୁ ୨୦୩ ରନ୍‌ରେ ଜିତି ୩ ଟିକିଆ ସିରିଜ୍‌ରେ ୧-୦ରେ ଆଗୁଆ ଥିବା ବିରାଟ୍‌ ବାହିନୀ ଦ୍ୱିତୀୟ ମ୍ୟାଚ୍‌ରେ ନିଜ ଜଲୱା ଦେଖାଇବାକୁ ପ୍ରସ୍ତୁତ ରହିଛି। ଅନ୍ୟପକ୍ଷରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟରେ କମବ୍ୟାକ୍‌ କରିବାକୁ ଲକ୍ଷ୍ୟ ରଖିଛି।

ଏହି ପିଚ ମୁଖ୍ୟତଃ ସ୍ପିନରଙ୍କୁ ସୁହାଇଥାଏ। ଭାରତ ୧୧ ଜଣିଆ ଖେଳାଳି ତାଲିକାରେ ବିଶାଖାପାଟଣା ମ୍ୟାଚରେ ଖେଳୁଥିବା ହନୁମାନ ବିହାରୀଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ସୁଯୋଗ ଦେଇଛି। ଦକ୍ଷିଣ ଆଫ୍ରିକା କିନ୍ତୁ ଖେଳାଳି ତାଲିକାରେ କୌଣସି ପରିବର୍ତ୍ତନ କରିନାହିଁ।

ସୂଚନାଯୋଗ୍ୟ, ୨୦୦୩ରେ ଏହି ପିଚରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ ଖେଳାହୋଇଥିଲା। ଏଯାଏ ୨୬ଟି ଟେଷ୍ଟ ମ୍ୟାଚ ଏହି ପିଚରେ ଖେଳାଯାଇଛି। ଯେଉଁଥିରୁ ୧୦ ଜଣ ଖେଳାଳି ୧୫୦ରୁ ଅଧିକ ବ୍ୟକ୍ତିଗତ ସ୍କୋର କରିବାରେ ସଫଳ ହୋଇଛନ୍ତି। ୨୬ଟି ମ୍ୟାଚରୁ ଏଯାଏ ୧୩ଟି ମ୍ୟାଚ ଡ୍ର ରହିଛି। ବର୍ଷା ସମ୍ଭାବନା ଅଧିକ ରହିଥିବାରୁ ମ୍ୟାଚ ବେଳେ ସମସ୍ୟା ଉପୁଜିପାରେ ବୋଲି ସମ୍ଭାବନା ରହିଛି।



from Odisha Reporter https://ift.tt/2q0Fc28

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages