୫ ମିନିଟ୍ ଧରି ରେଖାଙ୍କୁ ଜୋରଜବରଦସ୍ତି ଚୁମା ଦେଇଥିଲେ ବିଶ୍ୱଜିତ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 9, 2019

୫ ମିନିଟ୍ ଧରି ରେଖାଙ୍କୁ ଜୋରଜବରଦସ୍ତି ଚୁମା ଦେଇଥିଲେ ବିଶ୍ୱଜିତ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରେଖାଙ୍କୁ ଜଣେ ଅଭିନେତା ଥରେ ଜୋରଜବରଦସ୍ତି ଚୁମା ଦେଇଥିଲେ, ଯାହା ସେତେବେଳେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥିଲା। ରେଖାଙ୍କ ଜୀବନୀ ଉପରେ ଲିଖିତ ପୁସ୍ତକ ‘ରେଖା: ଦ ଅନ୍‌ଟୋଲ୍ଡ ଷ୍ଟୋରୀ’ରେ ବି ଏ କଥା ଉଲ୍ଲେଖ ରହିଛି। ଏ ଘଟଣା ଯେତେବେଳେ ଘଟିଥିଲା ସେତେବେଳେ ତାଙ୍କୁ ମାତ୍ର ୧୫ ବର୍ଷ ହୋଇଥିଲା। ସେ ତାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ ‘ଅନ୍‌ଜାନ୍ ସଫର୍‌’ର ଶୁଟିଂ କରୁଥିଲେ। ଏଥିରେ ଅଭିନେତା ଥିଲେ ତାଙ୍କଠାରୁ ବୟସରେ ବହୁତ ବଡ଼ ବିଶ୍ୱଜିତ୍ ଚାଟାର୍ଜୀ। ଦୁହିଁଙ୍କୁ ନେଇ ଏକ ରୋମାଣ୍ଟିକ୍ ସିନ୍ ଥାଏ। ଆଉ ଡାଇରେକ୍ଟର ଆକ୍ସନ କହିବା ମାତ୍ରେ ବିଶ୍ୱଜିତ୍ ତାଙ୍କୁ ଜୋରଜବରଦସ୍ତି ଚୁମା ଦେବା ଆରମ୍ଭ କରି ଦେଲେ। ରେଖା ତାଙ୍କୁ ହଟାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ବିଫଳ ହୋଇଥିଲେ। ବିଶ୍ୱଜିତ୍ ପ୍ରାୟ ୫ ମିନିଟ୍ ପର୍ଯ୍ୟନ୍ତ ତାଙ୍କୁ ଚୁମା ଦେଇ ଚାଲିଥିଲେ। ରେଖା ଆଖି ବନ୍ଦ କରି ଦେଇଥିଲେ, କିନ୍ତୁ ସେଥିରୁ ଲୁହ ବାହାରିବା ସ୍ପଷ୍ଟ ଦେଖାଯାଉଥିଲା। କ୍ୟାମେରା ବି ଏହି ଦୃଶ୍ୟକୁ ଉତ୍ତୋଳନ କରିବାରେ ବ୍ୟସ୍ତ ଥିଲା। ଏପରିକି ପୂରା ୟୁନିଟ୍ ବି ଏ ଦୃଶ୍ୟ ଦେଖି ହୁଇସିଲ୍ ମାରୁଥିଲା।

କଥା ହେଉଛି, ସିନ୍‌ରେ ଚୁମା ରହିବ ବୋଲି ରେଖାଙ୍କୁ କିଛି କୁହାଯାଇ ନଥିଲା। କିନ୍ତୁ ନିର୍ଦ୍ଦେଶକ ରାଜା ନୱାଠେ ଓ ବିଶ୍ୱଜିତ୍ ଚାଟାର୍ଜୀ ଏ ବିଷୟରେ ଜାଣିଥିଲେ। ସେଥିପାଇଁ ନିର୍ଦ୍ଦେଶକ ଏ ସିନ୍ ୫ ମିନିଟ୍ ଧରି ଚାଲିଥିଲେ ମଧ୍ୟ କଟ୍ କହି ନଥିଲେ।

ଏ ଘଟଣା ନେଇ ବିଶ୍ୱଜିତ୍ କହିଥିଲେ ଯେ ଏହି ଆଇଡିଆ ରାଜା ନୱାଠେଙ୍କର ଥିଲା। ସେ ହିଁ ତାଙ୍କୁ ଏହି କିସ୍ ସିନ୍ କରିବାକୁ ପ୍ରବର୍ତ୍ତାଇ ଥିଲେ।

ସେତେବେଳେ ଏହି ସିନ୍‌ ଭାରି ଚର୍ଚ୍ଚାରେ ରହିଥିଲା। ଏହି ସିନ୍‌କୁ କାଟିବାକୁ ସେନ୍‌ସର୍ ବୋର୍ଡ ଚେଷ୍ଟା କରିଥିଲା। ଫଳରେ ଏ କଥା କୋର୍ଟ ପର୍ଯ୍ୟନ୍ତ ଯାଇଥିଲା। କଥା ଏତେ ବଢ଼ିଗଲା ଯେ ଆମେରିକାର ‘ଲାଇଫ୍’ ମାଗାଜିନ୍‌ ଏହାକୁ ନେଇ କଭର୍ ଷ୍ଟୋରୀ କରିଥିଲା। ଆଉ ଏହାର ଶୀର୍ଷକ ଥିଲା- ‘ଦ କିସିଙ୍ଗ୍ କ୍ରାଇସିସ୍ ଅଫ୍ ଇଣ୍ଡିଆ’।

 



from Odisha Reporter https://ift.tt/30X20MY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages