ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୀତିକାରଙ୍କୁ ବେଳେବେଳେ ରୋଷେୟାଙ୍କ ସହିତ ତୁଳନା କରାଯାଏ। କାହିଁକି ନା ଯେମିତି ଜଣେ ରୋଷେୟା ପାଖରେ ସବୁ ମସଲା ଆଉ ପନି ପରିବା ଥାଏ, ସେମିତି ଜଣେ ଗୀତିକାର ପାଖରେ ଶବ୍ଦ ଓ ବିଷୟବସ୍ତୁ ଥାଏ। ପରିବା କାଟି କେମିତି ମସଲା ଦେଲେ ଖାଦ୍ୟଟି ସ୍ୱାଦିଷ୍ଟ ହେବ ସେକଥା ରୋଷେୟା ଭଲ ଭାବେ ଜାଣନ୍ତି। ସେମିତି ଶବ୍ଦକୁ ଖଞ୍ଜି କେମିତି ଏକ ସୁନ୍ଦର ଗୀତ ରଚନା ହୋଇପାରିବ, ସେକଥା ଗୀତିକାରମାନେ ଭଲ ଭାବେ ଜାଣନ୍ତି। ଏକଥା ଆମେ କହୁନୁ। ଏ କଥା କହିଛନ୍ତି ଓଲିଉଡ୍ର ଜଣାଶୁଣା ଗୀତିକାର ଡଃ. ନିର୍ମଳ ନାୟକ। ନିକଟରେ ଓଟିଭିର ‘ଗପସପ’ କାର୍ଯ୍ୟକ୍ରମକୁ ଆସିଥିବା ଅବସରରେ ସେ ଏକଥା କହିଥିଲେ।
ସେ ଆହୁରି କହିଥିଲେ,“ଗୀତିକାର ଜାଣିଛି ଯେ ଏଠି ଖଟିଲେ କାମ ହେବନି, ଖଟି କଲେ (ଗପସପ) କାମ ହେବ। ମଜାମସ୍ତି କରୁଥିବା ସମୟରେ ହିଁ ବେଳେବେଳେ ଏମିତି ଗୀତ ମୁଣ୍ଡକୁ ଚାଲିଆସେ, ଯାହା ଦର୍ଶକଙ୍କୁ ଖୁବ୍ ଭଲ ଲାଗେ।” ଏଥିସହ ସେ ଦର୍ଶକଙ୍କ ମନୋରଞ୍ଜନ କରାଇବା ପାଇଁ ଓ ଗୀତଗୁଡ଼ିକୁ ମଜାଦାର କରିବା ପାଇଁ ଟ୍ରେଣ୍ଡିଂ ଶବ୍ଦର ବ୍ୟବହାର କରନ୍ତି ବୋଲି କହିଥିଲେ।
ଗୀତିକାର ନିର୍ମଳ ନାୟକ ବହୁ ହିଟ୍ ଗୀତ ଦେଇଛନ୍ତି। ତଥାପି ତାଙ୍କୁ ଲାଗେ ଯେ ସେ ତାଙ୍କର ଦକ୍ଷତାକୁ ଶତପ୍ରତିଶତ ପ୍ରକାଶିତ କରିପାରି ନାହାନ୍ତି। ପ୍ରତି ଗୀତ ଯେପରି ପରସ୍ପରଠାରୁ ଅଲଗା ହେବ, ସେଥିପ୍ରତି ସେ ସଦାବେଳେ ଦୃଷ୍ଟି ଦିଅନ୍ତି। ସେହିପରି ପ୍ରଡକ୍ସନ ହାଉସ୍ଗୁଡ଼ିକ ବିଶ୍ୱାସ କରନ୍ତି ଯେ ସେ ଯେଉଁ ଗୀତ ଲେଖିବି ତାହା ହିଟ୍ ହେବ। ସେମାନଙ୍କର ଏ ବିଶ୍ୱାସ ଯେମିତି ଭାଙ୍ଗି ନ ଯିବ, ସେଥିପାଇଁ ସେ ସବୁବେଳେ ଚେଷ୍ଟା କରନ୍ତି।
ନିକଟରେ ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ ହୋଇଥିବା ଫିଲ୍ମ ‘ମିଷ୍ଟର ମଜ୍ନୁ’ରେ ସେ ୨ଟି ଗୀତ ଲେଖିଛନ୍ତି। ସେଗୁଡ଼ିକ ହେଉଛି ‘ଉଠିଗଲା ଧାରା ୩୭୦’ ଓ ‘ରଙ୍ଗବତୀ’। ସେହିପରି ‘ଆଧାର କାର୍ଡ ଲିଙ୍କ୍ ହେଉ ଫେସ୍ବୁକ୍ରେ’, ‘ତୋ ଇଷ୍କରେ ଜିଏସ୍ଟି’, ‘ତୁ ନୂଆ ଶାୟରୀ’, ‘ପଲ୍ ପଲ୍ ଚାହେଁ’, ‘ଗେଲୁ ତୁ ଚିପୁଡ଼ି ଦେଲୁ ଦିଲ୍ଲ ଟା’ ଭଳି ଅନେକ ହିଟ୍ ଗୀତ ସେ ଲେଖିଛନ୍ତି।
from Odisha Reporter https://ift.tt/2MhqmNm
No comments:
Post a Comment