ରିଲିଜ୍ ପୂର୍ବରୁ ‘ୱାର’ର ରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 1, 2019

ରିଲିଜ୍ ପୂର୍ବରୁ ‘ୱାର’ର ରେକର୍ଡ

ମୁମ୍ବାଇ: ବଲିଉଡ୍‌ର ହ୍ୟାଣ୍ଡସମ୍ ହଙ୍କ୍ ହ୍ରିତିକ୍‌ ରୋଶନ୍‌ ଓ ଟାଇଗର୍ ଶ୍ରୋଫ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ୱାର୍‌’ ଆଜି ରିଲିଜ୍‌ ହୋଇଛି। ତେବେ ଏହି ଆକ୍ସନ୍‌ ଥ୍ରୀଲର ଫିଲ୍ମଟି ରିଲିଜ୍‌ ହେବା ପୂର୍ବରୁ ଏକ ରେକର୍ଡ କରିଛି। ବକ୍ସ ଅଫିସ୍‌ ଇଣ୍ଡିଆ ଡଟ୍‌ କମ୍‌ର ରିପୋର୍ଟ ଅନୁଯାୟୀ ‘ୱାର୍’ ଆଡ୍‌ଭାନ୍ସ ଟିକେଟ୍ ବିକ୍ରି କରିବାରେ ରେକର୍ଡ କରିଛି। ଚଳିତ ଦଶନ୍ଧିରେ ଏହା ସବୁଠୁ ଅଧିକ ଆଡଭାନ୍ସ ଟିକେଟ୍ ବିକ୍ରି କରିଥିବା ବଲିଉଡ୍ ଫିଲ୍ମ ହୋଇଯାଇଛି।

ଏଥିସହ ‘ୱାର’ ହିନ୍ଦୀ ସିନେମା ଜଗତରେ ପ୍ରି ସେଲ୍‌ କଲେକ୍ସନରେ ବି ଏକ ରେକର୍ଡ କରିଛି। ଫିଲ୍ମଟି ରିଲିଜ୍‌ ପୂର୍ବରୁ ଏଥିରୁ ୩୧ରୁ ୩୨ କୋଟି ଟଙ୍କା ଆୟ କରିଛି। ଅବଶ୍ୟ ଏଥରେ ହଲିଉଡ୍ କି ଟଲିଉଡ୍ ସିନେମା ସାମିଲ୍‌ ନାହିଁ। ଯଦି ହଲିଉଡ୍‌ ଓ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ହିସାବକୁ ନିଆଯିବ ତା’ହେଲେ ଆଡଭାନ୍ସ ବୁକିଂ କ୍ଷେତ୍ରରେ ‘ଆଭେଞ୍ଜର୍ସ: ଏଣ୍ଡଗେମ୍’ ଓ ‘ବାହୁବଳୀ-୨’ଠାରୁ ‘ୱାର’ ପଛରେ ରହିଛି।

 

ଫିଲ୍ମର ପ୍ରି ସେଲିଂ କଲେକ୍ସନକୁ ଦେଖି ଅନୁମାନ କରାଯାଉଛି ଯେ ‘ୱାର୍’ ବଲିଉଡ୍‌ରେ ଏକ ନୂଆ ରେକର୍ଡ ସ୍ଥାପନ କରିପାରେ। ସେହିଭଳି ଆଡଭାନ୍ସ ବୁକିଂ ଦେଖି ଏହା ମଧ୍ୟ ଜଣାପଡ଼ୁଛି ଯେ ହ୍ରିତିକ୍‌ ଓ ଟାଇଗରଙ୍କୁ ଏକାଠି ଗୋଟିଏ ସ୍କ୍ରିନ୍‌ରେ ଦେଖିବା ପାଇଁ ଦର୍ଶକ ବହୁତ ଉତ୍ସାହିତ ଥିଲେ। ସୂଚନା ଅନୁଯାୟୀ, ଦେଶବିଦେଶରେ ମୋଟ ୮ହଜାର ସ୍କ୍ରିନ୍‌ରେ ଆଜି ଏହା ରିଲିଜ୍ ହୋଇଛି।

ସୂଚନାଯୋଗ୍ୟ, ୟଶ୍‌ରାଜ୍‌ ବ୍ୟାନର୍‌ରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ଆନନ୍ଦ। ହ୍ରିତିକ୍ ଓ ଟାଇଗରଙ୍କ ସହିତ ଏଥିରେ ବାଣୀ କପୁର ମଧ୍ୟ ଅଛନ୍ତି। ଫିଲ୍ମରେ ହ୍ରିତ୍‌କଙ୍କ ଶିଷ୍ୟ ଭୂମିକାରେ ଅଭିନୟ କରିଛନ୍ତି ଟାଇଗର। ଅନ୍ୟପକ୍ଷରେ ହ୍ରିତିକ୍‌ ନେଗେଟିଭ୍‌ ଚରିତ୍ରରେ ଅଭିନୟ କରିଛନ୍ତି।



from Odisha Reporter https://ift.tt/2p62LWG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages