ରାଜଧାନୀରେ ରାମଧୂନ; ବିଧାନସଭାରେ ହେଲା ପ୍ରାର୍ଥନାସଭା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 1, 2019

ରାଜଧାନୀରେ ରାମଧୂନ; ବିଧାନସଭାରେ ହେଲା ପ୍ରାର୍ଥନାସଭା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଛି ସାରା ଦେଶ ।  ଏଥିପାଇଁ ସବୁଆଡେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ବଡ଼ି ଭୋରରୁ ରାମଧୂନ କରାଯାଇଥିଲା । ଏହାପରେ ଆଚାର୍ଯ୍ୟ ବିହାରଠାରୁ ଏଜି ଛକ ପର୍ଯ୍ୟନ୍ତ ଏକ ମାନବ ଶୃଙ୍ଖଳ ଓ ରାମଧୂନ୍ ସଂକୀର୍ତ୍ତନ ପଦଯାତ୍ରା କରାଯାଇଛି । ବିଧାନସଭା ପରିସରରେ ପ୍ରାର୍ଥନାସଭା ଆୟୋଜିତ ହୋଇଛି। ଏଥିରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଉପବାଚସ୍ପତି ରଜନୀକାନ୍ତ ସିଂ ପ୍ରମୁଖ ଯୋଗ ଦେଇଥିଲେ ।

୧୮୬୯ ମସିହା ଅକ୍ଟୋବର ୨ରେ ମୋହନ ଦାସ କରମଚାନ୍ଦ ଗାନ୍ଧୀ ଗୁଜରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ । ଅହିଂସା ଉପାୟରେ ଗାନ୍ଧିଜୀଙ୍କ ସତ୍ୟାଗ୍ରହ ଦ୍ୱାରା ଭାରତ ବ୍ରିଟିଶ ଶାସନରୁ ମୁକ୍ତ ହୋଇଥିଲା । ଅହିଂସା ପ୍ରତି ଥିବା ଗାନ୍ଧିଜୀଙ୍କର ଆସ୍ଥା ଓ ବିଶ୍ୱାସକୁ ସ୍ୱୀକୃତି ଦେଇ ଜାତିସଂଘ ପକ୍ଷରୁ ୨୦୦୭ ପରଠାରୁ ଆଜିର ଦିନକୁ ଆନ୍ତର୍ଜାତିକ ଅହିଂସା ଦିବସ ଭାବେ ପାଳନ କରାଯାଉଛି ।



from Odisha Reporter https://ift.tt/2pdnQia

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages