ଚୋରା ପିଗ୍‌ ଆଇରନ୍‌ କିଣି ଶିଳ୍ପପତି ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 29, 2019

ଚୋରା ପିଗ୍‌ ଆଇରନ୍‌ କିଣି ଶିଳ୍ପପତି ଗିରଫ

ରାଉରକେଲା(ଓଡ଼ିଶା ରିପୋର୍ଟର): ଯାଜପୁରରୁ ୨ଟି ଟ୍ରକ୍‌ରେ ଛତିଶଗଡ଼ର ଏକ କାରଖାନାକୁ ଯାଉଥିବା ପିଗ୍ ଆଇରନ୍‌କୁ ବାଟରେ ଚୋରି କରିଥିବା ଅଭିଯୋଗରେ ରାଉରକେଲାର ୩ ଜଣ ଗିରଫ ହୋଇଛନ୍ତି। ଗିରଫଙ୍କ ମଧ୍ୟରେ ରାଉରକେଲାର ବିଶିଷ୍ଟ ଶିଳ୍ପପତି ହନୁମାନ ଗୋଏଲ, ତାଙ୍କ ମ୍ୟାନେଜର ଓ ଜଣେ କର୍ମଚାରୀ ଅଛନ୍ତି।  ଯାଜପୁର ଜିଲ୍ଲା କଳିଙ୍ଗନଗର ପୁଲିସ୍‌ ଗତକାଲି ବିଳମ୍ବିତ ରାତିରେ ରାଉରକେଲାରେ ପହଞ୍ଚି ସେମାନଙ୍କୁ ଗିରଫ କରି ନେଇ ଯାଇଥିବା ଜଣାଯାଇଛି।

ପୁଲିସ୍‌ ସୂଚନା ଅନୁଯାୟୀ, ପ୍ରାୟ ମାସେ ପୂର୍ବେ ଯାଜପୁରରୁ ୨ଟି ଟ୍ରକ୍‌ରେ ଛତିଶଗଡ଼ର ଏକ କାରଖାନାକୁ  ପିଗ୍ ଆଇରନ୍ ଯାଉଥିଲା। ହେଲେ ହନୁମାନ ଗୋଏଲ ପୂର୍ବରୁ ଡ୍ରାଇଭର ସହ ମୂଲଚାଲ କରି ରାଉରକେଲାରେ ଉକ୍ତ ୨ ଟ୍ରକ୍‌ର ଆଇରନ୍‌କୁ ଚୋରାରେ କିଣି ଦେଇଥିଲେ। ଏହାପରେ ଡ୍ରାଇଭର ଗାଡ଼ି ସହ ଫେରାର ହୋଇଯାଇଥିଲେ। କଳିଙ୍ଗନଗର ପୁଲିସ୍‌ ଘଟଣାର ଖୋଳତାଡ଼ ଆରମ୍ଭ କରି ପଞ୍ଜାବରୁ ୨ ଡ୍ରାଇଭରଙ୍କୁ ଗିରଫ କରିଥିଲା। ସେମାନଙ୍କୁ ପଚରାଉଚରା କରିବା ପରେ ହନୁମାନଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲା। ଏହାପରେ ଏଥିରେ ସମ୍ପୃକ୍ତ ଅଭିଯୋଗରେ ଗତରାତିରେ ହନୁମାନଙ୍କ ସମେତ ୩ଜଣଙ୍କୁ ପୁଲିସ୍‌ ଗିରଫ କରିଛି।

ଏହି ଘଟଣାରେ ଅଧିକ ପଚରାଉଚରା ପାଇଁ କଳିଙ୍ଗନଗର ପୁଲିସ୍‌ ୩ ଜଣଙ୍କୁ ନେଇ ଯାଇଥିବା ଜଣାଯାଇଛି।



from Odisha Reporter https://ift.tt/2pd76bf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages