ମୁମ୍ୱାଇ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଦୁଇ ସହଯୋଗୀ ବିଜେପି ଏବଂ ଶିବସେନା ମଧ୍ୟରେ ବିବାଦ ଜାରି ରହିଛି। ଏହାରି ଭିତରେ ଏହି ଦୁଇ ଦଳ ବିଧାୟକ ସଂଖ୍ୟା ବଢ଼ାଇବାରେ ସମର୍ଥନ ହୋଇଛନ୍ତି। ଗତକାଲି ବିଜେପିକୁ ସମର୍ଥନ ଦେଇଛନ୍ତି ଜନ ସ୍ୱରାଜ୍ୟ ପାର୍ଟିର ବିଧାୟକ ବିନୟ କାରେ। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ବିଧାୟକ ବିନୟ କାରେ ଭେଟି ନିଜର ସମର୍ଥନ ପତ୍ର ଦେଇଛନ୍ତି। ଏହା ପୂର୍ବରୁ ସୋମବାର ମଧ୍ୟ ବିଜେପିକୁ ସମର୍ଥନ ଦେଇଥିଲେ ଯୁବ ସ୍ୱାଭିମାନୀ ପାର୍ଟିର ବିଧାୟକ ରବି ରାଣା, ୪ ସ୍ୱାଧୀନ ବିଧାୟକ ଗୀତା ଜୈନ୍, ରାଜେନ୍ଦ୍ର ରାଓତ, ମହେଶ ବଲାଡ଼ି ଏବଂ ବିନୋଦ ଅଗ୍ରଓ୍ୱାଲ୍। ଏବେ ଏହି ୬ ବିଧାୟକଙ୍କ ସମର୍ଥନ ସହିତ ବିଜେପିର ବିଧାୟକ ସଂଖ୍ୟା ୧୦୫ରୁ ଆସି ୧୧୧ରେ ପହଞ୍ଚିଛି।
ସେହିପରି ଶିବସେନାକୁ ମଧ୍ୟ ଦୁଇ ଜଣ ସ୍ୱାଧୀନ ବିଧାୟକ ଏବଂ ପିଜେପି ପାର୍ଟିର ଦୁଇ ଜଣ ବିଧାୟକ ସମର୍ଥନ ଦେଇଛନ୍ତି। ଏବେ ଶିବସେନାର ବିଧାୟକ ସଂଖ୍ୟା ୬୦ରେ ପହଞ୍ଚିଛି।
ସୂଚନାଯୋଗ୍ୟ, ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ସରକାର ଗଢ଼ିବା ପାଇଁ ୧୪୬ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି। ନିର୍ବାଚନରେ ବିଜେପିକୁ ବହୁମତ ମିଳିଛି। ହେଲେ ସରକାର ଗଢ଼ିବା ପାଇଁ ମେଣ୍ଟର ଆବଶ୍ୟକ ରହିଛି। ତେଣେ ନିର୍ବାଚନ ବେଳେ ବିଜେପି ସହ ମେଣ୍ଟ କରିଥିବା ଶିବସେନା ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ ପଦବୀ ମାଗିବାରୁ ବିବାଦ ଦେଖାଦେଇଛି।
from Odisha Reporter https://ift.tt/32UpOTs
No comments:
Post a Comment