ଆଜିଠୁ ହରିଆଣାରେ ମନହୋର ୨.୦ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 26, 2019

ଆଜିଠୁ ହରିଆଣାରେ ମନହୋର ୨.୦ ସରକାର

ଚଣ୍ଡିଗଡ଼: ଆଜି ଦୀପାବଳି। ଏହି ଅବସରରେ ହରିଆଣାରେ ବିଜେପି ମନହୋର ଲାଲ ଖଟ୍ଟରଙ୍କ ନେତୃତ୍ୱରେ ଦ୍ୱିତୀୟ ଥର ପାଇଁ ସରକାର ଗଢ଼ିବାକୁ ଯାଉଛି। ଅପରାହ୍ନ ୨ଟା ୧୫ ମିନିଟରେ ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟ ନୂଆ ସରକାରର ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇବାର କାର୍ଯ୍ୟକ୍ରମ ରହିଛି। ହରିଆଣା ବିଜେପି ବିଧାୟକ ଦଳର ନେତା ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାକୁ ଥିବାବେଳେ ଉପମୁଖ୍ୟମନ୍ତ୍ରୀ ଭାବରେ ଜେଜେପିର ମୁଖ୍ୟ ତଥା ଜେଜେପି ବିଧାୟକ ଦଳର ନେତା ଦୁଷ୍ୟନ୍ତ ଚୌଟାଲା ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ।

ମନହୋରଙ୍କ ପ୍ରଥମ ସରକାରରେ ଥିବା ମନ୍ତ୍ରୀମାନଙ୍କ ମଧ୍ୟରୁ ଦୁଇ ଜଣ ଚଳିତ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି। ସେମାନେ ହେଲେ ଅନୀଲ ବିଜ୍ ଏବଂ ବନବାରୀ ଲାଲ୍। ଏହି ଦୁଇ ଜଣ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବାର ସମ୍ଭାବନା ରହିଛି ବରିଷ୍ଠତା ଦୃଷ୍ଟିରୁ। ସେହିପରି ଜେଜେପିରୁ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୨ ଜଣ କ୍ୟାବିନେଟ ଏବଂ ଜଣେ ରାଜ୍ୟ ପାହ୍ୟା ମନ୍ତ୍ରୀ ପଦବୀ ପାଇବେ ବୋଲି ବିଜେପି ମେଣ୍ଟ ବେଳେ ଘୋଷଣା କରିସାରିଛି। ସେହିପରି ବିଜେପିକୁ ସରକାର ଗଢ଼ିବା ପାଇଁ ପ୍ରଥମେ ସମର୍ଥନ ଦେଇଥିବା ସ୍ୱାଧୀନ ବିଧାୟକଙ୍କ ମଧ୍ୟରୁ ଅନେକ କ୍ୟାବିନେଟ ଏବଂ ରାଜ୍ୟ ପାହ୍ୟା ମନ୍ତ୍ରୀ ମଣ୍ଡଳୀରେ ସାମିଲ୍ ହେବେ ବୋଲି ସୂଚନା ରହିଛି।

ଏହି ଶପଥ ଉତ୍ସବରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ ସାମିଲ୍ ହେବେ ବୋଲି ସୂଚନା ରହିଛି। ନିର୍ବାଚନ ଫଳାଫଳ ପରେ ଜେଜେପିକୁ ବିଜେପି ସହ ଆସିବା ପାଇଁ ପ୍ରକାଶ ସିଂହ ବାଦଲ ହିଁ ମୁଖ୍ୟ ନେତୃତ୍ୱ ନେଇଥିଲେ। ପ୍ରକାଶ ସିଂହଙ୍କ ଦଳ ଶିରୋମଣୀ ଅକାଳୀ ଦଳ ଉଭୟ ପଞ୍ଜାବ ଏବଂ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏରେ ସାମିଲ୍ ରହିଛି।

ହରିଆଣାର ୯୦ ବିଧାନସଭା ଆସନରୁ ବିଜେପି ୪୦ଟି ସିଟରେ ଜତିଥିବା ବେଳେ କଂଗ୍ରେସ ୩୧, ଜେଜେପି ୧୦ ଏବଂ ଅନ୍ୟାନ୍ୟ ୯ ଜଣ ଜିତିଛନ୍ତି।



from Odisha Reporter https://ift.tt/32WoiQY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages