ଭଦ୍ରକ(ପାର୍ଥ ସାରଥୀ ନାୟକ): ଆଜି ଆଲୋକର ପର୍ବ ଦୀପାବଳି। ମାଆ କାଳୀଙ୍କ ପୂଜା। ଏଥିପାଇଁ ସାରା ରାଜ୍ୟ ଚଳଚଞ୍ଚଳ ହୋଇପଡ଼ିଛି । ଭଦ୍ରକର ମାଆ ଭଦ୍ରକାଳୀଙ୍କ ପୀଠରେ ଆଜିଠାରୁ କାଳୀ ପୂଜା ଆରମ୍ଭ ହୋଇଛି। ଏହା ଆସନ୍ତା ୭ଦିନ ଧରି ଚାଲିବ। ଏହି ସାତ ଦିନରେ ମାଆ ଶ୍ରଦ୍ଧାଳୁଙ୍କୁ ସାତଟି ବେଶରେ ଦର୍ଶନ ଦେବେ।
କାଳୀ ପୂଜା ଅବସରରେ କଳସ ଶୋଭାଯାତ୍ରା ସାଙ୍ଗକୁ ଯଜ୍ଞ ଓ ନାମ ସଂକୀର୍ତ୍ତନ ହେବ। ପ୍ରତ୍ୟହ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭାଗବତ ପାଠ ମଧ୍ୟ ଅନୁଷ୍ଠିତ ହେବ। ଭଦ୍ରକାଳୀଙ୍କ ପୂଜାକୁ ନେଇ ପ୍ରଶାସନ ତରଫରୁ ମଧ୍ୟ ବ୍ୟାପକ ସୁରକ୍ଷାର ବ୍ୟବସ୍ଥା ଗ୍ରହଣ କରାଯାଇଛି।
from Odisha Reporter https://ift.tt/2JnHNtI
No comments:
Post a Comment