ଚିଦାମ୍ୱରମଙ୍କୁ ଗିରଫ କଲା ଇଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 15, 2019

ଚିଦାମ୍ୱରମଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜି ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ୱରମଙ୍କୁ ଗିରଫ କରିଛି। ଇଡିର ତିନି ଜଣିଆ ଟିମ୍ ଘଣ୍ଟାଏ ଧରି ପଚରାଉଚରା କରିବା ପରେ ଶେଷରେ ଗରିଫ କରିଛି। ଅପରାହ୍ନରେ କୋର୍ଟରେ ହାଜର କରିବ ଇଡି। ପୂର୍ବରୁ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇ ଏବେ ତିହାର ଜେଲରେ ବିଚାର ବିଭାଗୀୟ ହାଜତରେ ରହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମ।

ଗତକାଲି ଦିଲ୍ଲୀର ଏକ ସ୍ଥାନୀୟ କୋର୍ଟ ମନିଲଣ୍ଡରିଂ ମାମଲାରେ ଚିଦାମ୍ୱରମଙ୍କୁ ପଚରାଉଚରା କରିବା ପାଇଁ ଅନୁମତି ଦେଇଥିଲା। ଏହାପରେ ଚିଦାମ୍ୱରମ ଗିରଫ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଥିଲା। ତିହାର ଜେଲରୁ ବାହାରକୁ ନେବା ପାଇଁ ଇଡି ପାଖରେ ଅନୁମତି ନାହିଁ। ତେଣୁ ଆଜି କୋର୍ଟରେ ଚିଦାମ୍ୱରମଙ୍କୁ ହାଜର କରିବ ଇଡି। ଏହାପରେ ପଚରାଉଚରା କରିବା ପାଇଁ ଆବେଦନ କରିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଚିଦାମ୍ୱରମଙ୍କୁ ସିବିଆଇ ଅଗଷ୍ଟ ୨୧ରେ ଗିରଫ କରିଥିଲା। ଚିଦାମ୍ୱରମ ୨୦୦୭ରେ ଅର୍ଥମନ୍ତ୍ରୀ ଥିବାବେଳେ ବେଆଇନ ଭାବରେ ଆଇଏନଏକ୍ସ ମିଡିଆରେ ବିଦେଶୀ ପୁଞ୍ଜିନିବେଶ ପାଇଁ ଅନୁମତି ଦେଇଥିଲେ ବୋଲି ସିବିଆଇ ଦର୍ଶାଇଥିଲା। ଏହାପରେ ତାଙ୍କୁ ରାତିରେ ନାଟକୀୟ ଭାବରେ ଗିରଫ କରିଥିଲା। ଏବେ ସେ ପାଖାପାଖି ୫୫ ଦିନ ହେବ ସିବିଆଇ ଏବଂ ବିଚାର ବିଭାଗୀୟ ହେପାଜତରେ ରହିସାରିଲେଣି।



from Odisha Reporter https://ift.tt/2MNynbI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages