ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ମୁଣ୍ଡାସାହି ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକ୍କୁ ଏକ ପିକ୍ଅପ୍ ଭ୍ୟାନ୍ ଧକ୍କା ଦେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସୁନ୍ଦରଗଡ଼ ଜିଲ୍ଲା ଦେଓଗାଁର ଦିଲ୍ଲୀପ କର ଓ ସମ୍ବଲପୁର ଜିଲ୍ଲାର ଗୋଲକନଗର ଅଞ୍ଚଳର ଦୋଳମଣି ନେହୁଲ।
ସୂଚନା ଅନୁଯାୟୀ, ମୁଣ୍ଡାସାହି ଛକ ନିକଟରେ ଏକ ଟ୍ରକ୍ ଖରାପ ହୋଇଥିବା ଯୋଗୁଁ ରାସ୍ତା ପାର୍ଶ୍ଵରେ ଛିଡ଼ା ହୋଇଥିଲା। ଆଜି ସକାଳେ ସମ୍ବଲପୁର ପଟରୁ ପରିବା ନେଇ ଆସୁଥିବା ଏହି ପିକ୍ଅପ୍ ଭ୍ୟାନ୍ଟି ଛିଡ଼ା ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଇଥିଲା। ପିକ୍ଅପ୍ ଭ୍ୟାନରେ ଥିବା ଦିଲ୍ଲୀପ ଓ ଦୋଳମଣିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିଛି। ତା’ ସହିତ ମୃତଦେହ ଦୁଇଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଦ୍ରୁତ ଗତି ଯୋଗୁ ଭାରସାମ୍ୟ ହରାଇ ପିକ୍ଅପ୍ ଭ୍ୟାନ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଅନୁମାନ କରାଯାଉଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/2MDOAQI
No comments:
Post a Comment