ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୫୮ ତମ ମନ୍ କୀ ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ଆଲୁଅର ପର୍ବ ଦୀପାବଳିରେ କିଭଳି ସମସ୍ତଙ୍କ ଜୀବନରେ ସକରାତ୍ମକ ଚିନ୍ତାଧାରା ଆସୁ ସେ ନେଇ କାମନା କରିଛନ୍ତି। ଖାଲି ଭାରତ ନୁହେଁ ବିଭିନ୍ନ ଦେଶରେ ମଧ୍ୟ ଏହି ପର୍ବକୁ ପାଳନ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ୨୦୧୦ ମସିହାରେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ଅଯୋଧ୍ୟା ମାମଲାର ଶୁଣାଣି ବାବଦରେ ସେ ମନେ ପକାଇ ଦେଇଛନ୍ତି। ଏଥିସହ ଅକ୍ଟୋବର ୩୧ ଦେଶର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନ ରହିଛି। ତେଣୁ ସବୁ ବର୍ଷ ପରି ଚଳିତ ଥର ମଧ୍ୟ ‘ରନ୍ ଫର୍ ୟୁନିଟି’ ବା ‘ଏକତା ପାଇଁ ଦୌଡ଼’ କାର୍ଯ୍ୟକ୍ରମରେ ଭାଗ ନେବାକୁ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ।
୨୦୧୦ ମସିହାରେ ଆହ୍ଲାବାଦ ହାଇକୋର୍ଟ ଅଯୋଧ୍ୟା ମାମଲାରେ ରାୟ ଶୁଣାଇବା ପୂର୍ବରୁ ଅନେକ ପ୍ରତିକ୍ରିୟା ଶୁଣିବାକୁ ମିଳୁଥିଲା। ହେଲେ ହାଇକୋର୍ଟ ଯେତେବେଳେ ରାୟ ଶୁଣାଇଲେ ସମସ୍ତେ ଏବାବଦରେ ନିରବ ରହିଥିଲେ। ରାୟକୁ ସମ୍ମାନ ଜଣାଇ ରାଜନୀତିକ ଦଳ, ସାମାଜିକ ସଂଗଠନ, ସମସ୍ତ ସମ୍ପ୍ରଦାୟ, ସାମାଜିକ ସଂଗଠନ, ସିଭିଲ ସୋସାଇଟି ଏହାକୁ ନେଇ ସନ୍ତୁଳନ ରକ୍ଷା କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଯାହାକି ନ୍ୟାୟପାଳିକାଙ୍କ ପ୍ରତି ଉଚିତ ସମ୍ମାନ ଥିଲା ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ନଭେମ୍ୱର ୧୭ ମଧ୍ୟରେ ସୁପ୍ରିମକୋର୍ଟ ଅଯୋଧ୍ୟା ମାମଲାର ରାୟ ଶୁଣାଣି କରିବେ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ଅଯୋଧ୍ୟାରେ ୧୪୪ ଧାରା ଲାଗୁ ହୋଇସାରିଛି।
ସେହିପରି ଅକ୍ଟୋବର ୩୧ରେ ଦେଶର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ରହିଛି। ଦେଶକୁ ଏକ କରି ରଖିବାରେ ତାଙ୍କର ଅବଦାନ ରହିଛି। ତେଣୁ ସବୁବର୍ଷ ପରି ଚଳିତଥର ମଧ୍ୟ ‘ଏକତା ପାଇଁ ଦୌଡ଼’ କାର୍ଯ୍ୟକ୍ରମରେ ସାମିଲ୍ ହେବାକୁ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି। ଏଥିସହ ଗୁଜରାଟରେ ତିଆରି ହୋଇଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଷ୍ଟାଚ୍ୟୁକୁ ବର୍ଷେ ପୂରଣ ହେବାକୁ ଯାଉଛି ବୋଲି ସେ କହିଛନ୍ତି।
from Odisha Reporter https://ift.tt/31SDKfk
No comments:
Post a Comment