ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ମୃଦୁ ପାନୀୟରେ ନିଶା ଦେଇ ଜଣେ ମହିଳାଙ୍କଠାରୁ ଲୁଟ୍ କରାଯାଇଥିବା ଅଭିଯୋଗ ହୋଇଛି। ଲୁଟ୍ର ଶିକାର ହୋଇଥିବା ମହିଳାଙ୍କ ନାଁ କବିତା ଅଗ୍ରୱାଲ। ତାଙ୍କୁ ଅଚେତ ଅବସ୍ଥାରେ ରାଉରକେଲା ଷ୍ଟେସନ୍ରୁ ଉଦ୍ଧାର କରାଯାଇଛି।
କବିତା ଆଜି ନାଗପୁର-ଟାଟା ପାସେଞ୍ଜର ଟ୍ରେନ୍ରେ ଝାରସୁଗୁଡ଼ାରୁ ବମଡ଼ା ଯାଉଥିଲେ। ଟ୍ରେନ୍ରେ କେହି ତାଙ୍କୁ ମୃଦୁ ପାନୀୟରେ ନିଶା ଦେଇ ତାଙ୍କ ଜିନିଷପତ୍ର ଲୁଟି ନେଇଥିବା ଅଭିଯୋଗ ହୋଇଛି। କବିତାଙ୍କୁ ଅଚେତ ଅବସ୍ଥାରେ ଆଜି ଦିନ ପ୍ରାୟ ସାଢ଼େ ୧୦ଟା ବେଳେ ଆର୍ପିଏଫ୍ ଉଦ୍ଧାର କରି ରାଉରକେଲା ସରକାରୀ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲା।
ଏନେଇ ତାଙ୍କ ପରିବାର ଲୋକେ ଥାନାରେ ଏତଲା ଦେଇ ନାହାନ୍ତି। ତେବେ ଜିଆରପିଏ ପୁଲିସ୍ ନିଜ ଆଡୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
from Odisha Reporter https://ift.tt/369auoc
No comments:
Post a Comment