ବିଳମ୍ୱରେ ଭାରତକୁ ଆସିବ ରାଫେଲ୍ ବିମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 8, 2019

ବିଳମ୍ୱରେ ଭାରତକୁ ଆସିବ ରାଫେଲ୍ ବିମାନ

ନୂଆଦିଲ୍ଲୀ: ଅନେକ ବାଦ ବିବାଦ ପରେ ଶେଷରେ ଲଢ଼ୁଆ ବିମାନ ରାଫେଲ୍ ଗତକାଲି ଭାରତକୁ ହସ୍ତାନ୍ତର ହୋଇଛି। ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସରକାରୀ ଭାବରେ ରାଫେଲ୍ ବିମାନ ଫ୍ରାନ୍ସଠାରୁ ଗ୍ରହଣ କରିଛନ୍ତି। ଆଜି ଫ୍ରାନ୍ସ ସରକାର ଏବଂ ବିମାନ ନିର୍ମାଣକାରୀ କମ୍ପାନୀ ଡାସଲ୍ଟ ଏଭିଏସନ ସହ ପ୍ରତିରକ୍ଷା ମନ୍ତ୍ରୀ ବୈଠକ କରିବେ।

ଗତକାଲି ରାଜନାଥ ସିଂହ ଗ୍ରହଣ କରିଥିବା ରାଫେଲ୍ ବିମାନ ଏବେ କିନ୍ତୁ ଭାରତ ଆସିବ ନାହିଁ। କାରଣ ରାଫେଲ୍ ବିମାନ ଉଡ଼ାଇବା ପାଇଁ ପ୍ରଶିକ୍ଷଣ ନେବାର ଆବଶ୍ୟକତା ରହିଛି। ଏବେ ଭାରତୀୟ ବାୟୁସେନାର କିଛି ପାଇଲଟ୍ ରାଫେଲ୍ ବିମାନର ପ୍ରଶିକ୍ଷଣ ନେବା ପାଇଁ ଫ୍ରାନ୍ସରେ ରହିଛନ୍ତି। ପୂର୍ବରୁ ବର୍ତ୍ତମାନର ବାୟୁସେନା ମୁଖ୍ୟ ରାକେଶ ଭଦୌରିଆ ରାଫେଲ୍ ବିମାନ ଉଡ଼ାଇବାର ପ୍ରଶିକ୍ଷଣ ନେଇସାରିଛନ୍ତି।

ଭାରତ ମୋଟ୍ ୩୬ଟି ଲଢ଼ୁଆ ବିମାନ ଫ୍ରାନ୍ସଠୁ କିଣିବ ବୋଲି ଅର୍ଡର କରିଥିଲା। ଏଥିରୁ ୪ଟି ବିମାନ ପ୍ରଥମ କିସ୍ତିରେ ମେ ୨୦୨୦ ସୁଦ୍ଧା ଭାରତରେ ପହଞ୍ଚିବ। ପର୍ଯ୍ୟାୟ କ୍ରମେ ଫ୍ରାନ୍ସ ସମସ୍ତ ୩୬ଟି ଯାକ ବିମାନ ଭାରତକୁ ସେପ୍ଟେମ୍ୱର ୨୦୨୨ ସୁଦ୍ଧା ହସ୍ତାନ୍ତର କରିବା। ସମ୍ପୂର୍ଣ୍ଣ ରୂପେ ଏହି ଲଢୁଆ ବିମାନ ଭାରତରେ କାର୍ଯ୍ୟକ୍ଷମ ହେବାକୁ ଫେବୃଆରୀ ୨୦୨୧ ପର୍ଯ୍ୟନ୍ତ ସମୟ ଲାଗିବ। ଏହି ବିମାନକୁ କିଣିବା ପାଇଁ ଭାରତ ଓ ଫ୍ରାନ୍ସ ମଧ୍ୟରେ ୫୯ ହଜାର କୋଟି ଟଙ୍କାର ଡିଲ୍ ହୋଇଛି।



from Odisha Reporter https://ift.tt/2VpYARL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages