ପୁରୀ(ମଧୁସୂଦନ ମିଶ୍ର):ଆଜି ହେଉଛି ଆଶ୍ୱିନ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି । ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ନୀତିା ମହାପ୍ରଭୁ ଆଜିଠାରୁ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ବାଳଭୋଗ ହେବ। କାର୍ତ୍ତିକ ବ୍ରତ କରିଥିବା ବ୍ରତଧାରୀମାନେ ବ୍ରତ ପାଳନ କରିବା ସହ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ରାଧାଦାମୋଦର ବେଶ ଦର୍ଶନ କରିପାରିବେ।
ଦଶହରାରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବା ପରେ ଆଜି ଏକାଦଶୀ ତିଥିରେ ସିଂହଦ୍ୱାର ସାମ୍ନା ବଡଦାଣ୍ଡରେ ଦେବସଭା ଅନୁଷ୍ଠିତ ହେବ। ଶ୍ରୀକ୍ଷେତ୍ରରେ ଶାରଦୀୟ ପୂଜାରେ ଗୋଷାଣି ଭାବେ ପୂଜା ପାଉଥିବା ଦେବୀ ଦୁର୍ଗା ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଅପରାହ୍ନରେ ବାହାରି ଦେବସଭାରେ ଯୋଗଦେବେ। ଶ୍ରୀମନ୍ଦିରର ମହାଦୀପ ଦର୍ଶନ କରିବା ପରେ ଗୋଷାଣୀମାନେ ଦେବୀଘାଟକୁ ଯାଇ ଜଳ ବିସର୍ଜନ କରିଥାନ୍ତି ।
from Odisha Reporter https://ift.tt/2AXjPB3
No comments:
Post a Comment