ଦୁଇ ତିନି ଦିନ ଭିତରେ ଆସିବ ଶୀତ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 25, 2019

ଦୁଇ ତିନି ଦିନ ଭିତରେ ଆସିବ ଶୀତ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଏ ବର୍ଷ ମୌସୁମୀ ବାୟୁ ଡେରିରେ ପ୍ରତ୍ୟାବର୍ତ୍ତନ କଲା। ତା’ ପ୍ରଭାବରେ ଓଡ଼ିଶାକୁ ଶୀତ ଛୁଇଁ ନଥିଲା। ଯେହେତୁ ଲଘୁଚାପ ଜନିତ ବର୍ଷା ଛାଡ଼ି ଯାଇଛି, ତେଣୁ ନିଶ୍ଚିତ ଭାବେ ପାଗର ପରିବର୍ତ୍ତନ ଘଟିବ। ଆଶା କରୁଛୁ ଯେ ଦୁଇରୁ ତିନି ଦିନ ମଧ୍ୟରେ ଆଶିଂକ ଭାବେ ଶୀତର ପ୍ରଭାବ ପଡ଼ିବ।’ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର୍‌ ମଦନମୋହନ ଦାସ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ମୌସୁମୀ ବାୟୁ ଓଡ଼ିଶାକୁ ବାଏ ବାଏ କରିସାରିଛି। ହେଲେ ଏକ ଲୋପ୍ରେସର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଥିଲା। ବର୍ତ୍ତମାନ ଲଘୁଚାପ ନିଷ୍କ୍ରିୟ ହୋଇ ଯାଇଛି। କେବଳ ଆଭ୍ୟନ୍ତରୀଣ ଓଡ଼ିଶାରେ ଗୋଟିଏ ଘୂର୍ଣ୍ଣି ବଳୟ ରହିଛି। ଏଥିସହ ଏକ ଟ୍ରପ୍‌ ଲାଇନ୍‌ ଘୂର୍ଣ୍ଣି ବଳୟରୁ ଆସାମ ପର୍ଯ୍ୟନ୍ତ ଲମ୍ୱିଯାଇଛି। ତା’ର ପ୍ରଭାବରେ ଆଜି ଓଡ଼ିଶାରେ କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଅପରାହ୍ଣ ବେଳକୁ ପଶ୍ଚମ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଆଭ୍ୟନ୍ତାରୀଣ ଓଡ଼ିଶାର କେତୋଟି ଜିଲ୍ଲାରେ ସାମାନ୍ୟ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।”

ଶ୍ରୀ ଦାସ କହିଛନ୍ତି,“ ଆଗାମୀ ଏକ ସପ୍ତାହ ଯାଏ କୌଣସି ବାତ୍ୟାର ସୂଚନା ନାହିଁ। ବାତ୍ୟା ନେଇ ଯେଉଁ ପ୍ରଚାର ଚାଲିଛି, ତାହା ଠିକ୍ ନୁହେଁ।”

ସୂଚନାଯୋଗ୍ୟ, ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବୁଧବାର ଓ ଗୁରୁବାର ବର୍ଷା ହୋଇଥିଲା। ବର୍ଷା ଯୋଗୁ ଅନେକ ସ୍ଥାନରେ ସ୍ଥିତି ବେହାଲ୍‌ ହୋଇଯାଇଥିଲା। ତେବେ ଏଥିଯୋଗୁ କୌଣସି ସ୍ଥାନରେ ବନ୍ୟା ସ୍ଥିତି ଉପୁଜି ନଥିଲା ବୋଲି ଗତକାଲି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା କହିଥିଲେ।

 



from Odisha Reporter https://ift.tt/366d3av

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages