ଦାଦାଙ୍କ ପ୍ରସ୍ତାବରେ ହଁ ମାରିଲେ କୋହଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 25, 2019

ଦାଦାଙ୍କ ପ୍ରସ୍ତାବରେ ହଁ ମାରିଲେ କୋହଲି

ମୁମ୍ୱାଇ: ବିସିସିଆଇ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ନେଉ ନେଉ ସୌରଭ ଗାଙ୍ଗୁଲି କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି। ଗତକାଲି ମୁମ୍ୱାଇରେ କ୍ୟାପଟେନ୍‌ ବିରାଟ କୋହଲିଙ୍କ ସହ ସେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଦିନିକିଆ ଡେ’ ନାଇଟ୍ ମ୍ୟାଚ୍ ଭଳି ଟେଷ୍ଟ ମ୍ୟାଚ୍‌କୁ ଡେ ନାଇଟ୍ କରିବା ପାଇଁ ସେ କୋହଲିଙ୍କ ପରାମର୍ଶ ଲୋଡ଼ିଥିଲେ। କୋହଲି ତାଙ୍କ ପ୍ରସ୍ତାବରେ ରାଜି ହୋଇଥିବା ଜଣାପଡ଼ିଛି। ଏଣୁ ଆଗାମୀ ଦିନରେ ବିସିସିଆଇ ଡେ’ ନାଇଟ୍ ଟେଷ୍ଟ ମ୍ୟାଚ ଆୟୋଜନ କରିବ ବୋଲି ସ୍ପଷ୍ଟ ହୋଇଯାଇଛି ବୋଲି କୁହାଯାଉଛି। ବେଶ୍‌ କିଛି ବର୍ଷ ହେବ ଡେ’ ନାଇଟ୍ ଟେଷ୍ଟ ମ୍ୟାଚ୍ କଥା ଆଲୋଚନା ହେଉଥିବା ବେଳେ ଗାଙ୍ଗୁଲି ଏହାକୁ କାର୍ଯ୍ୟକାରୀ କରିବା ପାଇଁ ତତ୍ପରତା ଦେଖାଇଥିବା କୁହାଯାଉଛି।

ଏହା ବି ଶୁଣିବାକୁ ମିଳିଛି ଯେ ବିସିସିଆଇ ପ୍ରଥମ ଡେ’ ନାଇଟ୍ ଟେଷ୍ଟ ମ୍ୟାଚ୍ କୋଲକାତାର ଇଡେନ ଗାର୍ଡେନରେ କରିବ। ଗାଙ୍ଗୁଲିଙ୍କ ସମ୍ମାନରେ ବେଙ୍ଗଲ କ୍ରିକେଟ ଆସୋସିଏସନ ଏହି ମ୍ୟାଚ୍ ଆୟୋଜନ କରିବ। ତେବେ ମ୍ୟାଚ୍ କେବେ ହେବ, ସେ ନେଇ କିଛି ସୂଚନା ଆସି ନାହିଁ।

 



from Odisha Reporter https://ift.tt/2WdPnMK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages