ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ରେ ଆଜିଠାରୁ ୨ ଦିନ ପର୍ଯ୍ୟନ୍ତ FIH ହକି ଅଲିମ୍ପିକ୍ କ୍ୱାଲିଫାଏ ମ୍ୟାଚ୍ ଖେଳାଯିବ। ଏଥିରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ସହିତ ରୁଷିଆର ପୁରୁଷ ଏବଂ ୟୁଏସ୍ଏର ମହିଳା ଦଳ ଭାଗ ନେଉଛନ୍ତି। ଏଥିପାଇଁ ରାଜଧାନୀ ଭୁବନେଶ୍ୱରରେ କମିଶନରେଟ୍ ପୁଲିସ୍ ପକ୍ଷରୁ ଟ୍ରାଫିକ କଟକଣା ଜାରି ହୋଇଛି।
ଜାଣି ରଖନ୍ତୁ କ’ଣ ରହିଛି ଟ୍ରାଫିକ୍ କଟକଣା…
– ଜୟଦେବ ବିହାରରୁ ଶାସ୍ତ୍ରୀନଗର ରାସ୍ତାରେ ଅନଧିକୃତ ଗାଡ଼ି ଯାତାୟତ ବନ୍ଦ ରହିବ ।
– ୧୨୦ ବାଟାଲିୟନରୁ ଆସୁଥିବା ଗାଡ଼ିଗୁଡ଼ିକ ଶାସ୍ତ୍ରୀନଗରରୁ ସଚିବାଳୟ ମାର୍ଗରେ ଯିବ ।
– କଳିଙ୍ଗ ଷ୍ଟାଡିୟମ ପଟରୁ ଆସୁଥିବା ଗାଡ଼ି ଜୟଦେବ ବିହାରରୁ ଆଚାର୍ଯ୍ୟ ବିହାର ପଟକୁ ଯିବ ।
– ବାଣୀବିହାର ପଟରୁ ଆସୁଥିବା ଗାଡ଼ି ଗୁଡିକ ଆଚାର୍ଯ୍ୟ ବିହାର-ଜୟଦେବ ବିହାର ମଧ୍ୟରେ ଥିବା ରାସ୍ତା ଦେଇ ଯିବ । ଏହି ଗାଡ଼ିଗୁଡ଼ିକୁ କଳିଙ୍ଗ ଷ୍ଟାଡିୟମ ପଟକୁ ଛଡ଼ାଯିବ ନାହିଁ।
– ଦର୍ଶକମାନେ ୩ ନମ୍ବର ଗେଟ୍ ଦେଇ ପ୍ରବେଶ କରିବେ ଓ ସେଠାରେ ସ୍ଲାଇଡିଂ ଗେଟ୍ E ବ୍ୟବହାର କରି ଗାଡ଼ି ପାର୍କିଂ କରିବେ।
–AG କଲୋନୀ ଆଡୁ ଆସୁଥିବା ଦର୍ଶକ ଫୁଟ୍ ଓଭରବ୍ରିଜ୍ ଦେଇ ପ୍ରବେଶ କରିବେ ବୋଲି ଟ୍ରାଫିକ ପୁଲିସ୍ ନୋଟିସ ଜାରି କରିଛି।
from Odisha Reporter https://ift.tt/2WAGoFx
No comments:
Post a Comment