ଟେଷ୍ଟରେ ପ୍ରଥମ ଦ୍ୱିଶତକ ମାରିଲେ ରୋହିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 19, 2019

ଟେଷ୍ଟରେ ପ୍ରଥମ ଦ୍ୱିଶତକ ମାରିଲେ ରୋହିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନିକିଆରେ ତିନୋଟି ଦ୍ୱିଶତକ ହାସଲ କରିଥିବା ରୋହିତ ଶର୍ମା ଆଜି ତାଙ୍କ କ୍ୟାରିୟରର ପ୍ରଥମ ଟେଷ୍ଟ୍ ଦ୍ୱିଶତକ ହାସଲ କରିଛନ୍ତି। ରାଞ୍ଚିରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟରେ ତାଙ୍କୁ ଏହି ସଫଳତା ମିଳିଛି।

ଗତକାଲି ସେ ଟେଷ୍ଟ କ୍ୟାରିୟରର ଷଷ୍ଠ ଶତକ ମାରିବାରେ ସଫଳ ହୋଇଥିବା ବେଳେ ଆଜି ଏହାକୁ ଦ୍ୱିଶତକରେ ପରିଣତ କରିଛନ୍ତି। ଗତକାଲି ସେ ୧୧୭ ରନ୍ କରି ନଟ୍ ଆଉଟ୍ ରହିଥିଲେ। ସେହିପରି ଆଜି ଲଞ୍ଚ୍ ସୁଦ୍ଧା ସେ ୨୪୨ ବଲ୍‌ରୁ ୧୯୯ ରନ୍ କରିଥିଲେ। ଲଞ୍ଚ୍ ପରେ ସେ ଟେଷ୍ଟ୍ କ୍ୟାରିୟରର ପ୍ରଥମ ଦ୍ୱିଶତକ ହାସଲ କରିଥିଲେ। ସେ ଛକ୍କା ମାରି ଦ୍ୱିଶତକ ହାସଲ କରିଥିଲେ।

ଅନ୍ୟପକ୍ଷରେ ଗତକାଲି ୮୩ ରନ୍ କରି ନଟ୍‌ ଆଉଟ୍ ଥିବା ଆଜିଙ୍କ୍ୟ ରାହାଣେ ଆଜି ଶତକ କରିବାରେ ସଫଳ ହୋଇଥିଲେ। ସେ ୧୧୫ ରନ୍ କରି ଆଉଟ୍ ହୋଇଥିଲେ। ୧୯୨ଟି ବଲ୍‌ରୁ ୧୭ଟି ଚୌକା ଓ ଗୋଟିଏ ଚୌକା ସହାୟତାରେ ସେ ଏହି ରନ୍ ସଂଗ୍ରହ କରିଥିଲେ।

ସୂଚନାଯୋଗ୍ୟ,  ୨୦୧୩ରେ ବେଙ୍ଗାଲୁରୁରେ ଅଷ୍ଟ୍ରେଲିଆ ବିପକ୍ଷରେ ରୋହିତ ଶର୍ମା ପ୍ରଥମେ ଦ୍ୱିଶତକ ମାରିଥିଲେ। ଦିନିକିଆରେ ଏହା ଥିଲା ତାଙ୍କର ପ୍ରଥମ ଦ୍ୱିଶତକ। ଏହା ପରେ ୨୦୧୪ରେ କୋଲକାତାରେ ଶ୍ରୀଲଙ୍କା ବିରୋଧରେ ଖେଳାଯାଇଥିବା ଏକ ଦିନିକିଆ ମ୍ୟାଚ୍‌ରେ ସେ ଦ୍ୱିତୀୟ ଥର ପାଇଁ ଦ୍ୱିଶତକ ମାରିଥିଲେ। ଏହି ମ୍ୟାଚ୍‌ରେ ସେ ୨୬୪ ରନ୍ କରିଥିଲେ। ସେହିପରି ଦିନିକିଆରେ ସେ ତୃତୀୟ ଦ୍ୱିଶତକ ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ହିଁ ହାସଲ କରିଥିଲେ। ମୋହାଲିରେ ଖେଳା ଯାଇଥିବା ଉକ୍ତ ମ୍ୟାଚ୍‌ରେ ସେ ୨୦୮ ରନ୍ କରି ନଟ୍‌ ଆଉଟ୍ ରହିଥିଲେ। ଦିନିକିଆରେ ସେ ସର୍ବାଧିକ ତିନି ଥର ଦ୍ୱିଶତକ ହାସଲ କରିଛନ୍ତି।



from Odisha Reporter https://ift.tt/35L7tKl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages