କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବନଖଣ୍ଡର ହରିଚନ୍ଦନପୁର-ଦୈତାରୀ ଜଙ୍ଗଲରେ ଏକ ଚିତା ବାଘ ଥିବା ଜଣାପଡ଼ିଛି। ଗତକାଲି ବିଳମ୍ୱିତ ରାତିରେ ଦୈତାରୀ ଟାଉନସିପ୍ରୁ ବଳି ପର୍ବତ ମଧ୍ୟରେ ଥିବା ଘାଟି ରାସ୍ତା କଡ଼ରେ ବାଘଟି ବୁଲୁଥିବା ଦେଖିବାକୁ ମିଳିଥିଲା। ରାତିରେ ଓଆଇଏସ୍ଏଫ୍ ଯବାନମାନେ ଏହି ରାସ୍ତାରେ ଯିବା ସମୟରେ ନିଜ ଗାଡ଼ି ଭିତରୁ ବାଘର ଭିଡିଓ ଉତ୍ତୋଳନ କରିଥିଲେ।
ସୂଚନାଯୋଗ୍ୟ, ଗତ ୧୮ ତାରିଖରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ନାଗାପଲୀ ଜଙ୍ଗଲରେ କଲରାପତରିଆ ବାଘ ବୁଲୁଥିବା ନେଇ ବୋଲଗଡ଼ ଫରେଷ୍ଟର ସୂଚନା ଦେଇଥିଲେ। ନାଗାପଲୀ ରିଜର୍ଭ ଫରେଷ୍ଟ ପାଟବନ୍ଧ କ୍ଷୁଦ୍ରଜଳସେଚନ ପ୍ରକଳ୍ପ ନିକଟରେ ବାଘର ପାଦଚିହ୍ନ ଠାବ ହୋଇଥିବା ସେ କହିଥିଲେ।
from Odisha Reporter https://ift.tt/2oWQWT5
No comments:
Post a Comment