ଜାତୀୟ ସଙ୍ଗୀତ ଗାନ ବେଳେ ବସି ପଡ଼ିଲେ ଜର୍ମାନୀ ଚାନସେଲର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 31, 2019

ଜାତୀୟ ସଙ୍ଗୀତ ଗାନ ବେଳେ ବସି ପଡ଼ିଲେ ଜର୍ମାନୀ ଚାନସେଲର

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ଜର୍ମାନୀର ଚାନସେଲର ଏଞ୍ଜେଲା ମୋର୍କେଲଙ୍କୁ ଆଜି ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ୱାଗତ କରାଯାଇଛି। ଏହି ଅବସରରେ ଦୁଇ ଦେଶର ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ହେଲେ ଜର୍ମାନୀର ଚାନସେଲର ଏଞ୍ଜେଲା ଛିଡ଼ା ନହୋଇ ଚେୟାରରେ ବସି ପଡ଼ିଥିଲେ। ଏଥିପାଇଁ ମୋର୍କେଲ ଭାରତ ସରକାରଙ୍କୁ ଆସିବା ପୂର୍ବରୁ ଅନୁମତି ମାଗିଥିଲେ।

ମୋର୍କେଲଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ। ବିନା ସାହାରାରରେ ସେ ଏକୁଟିଆ ଛିଡ଼ା ହେବା ପାଇଁ ସକ୍ଷମ ନୁହନ୍ତି। ତେଣୁ ସେ ବସିବା ପାଇଁ ଭାରତ ସରକାରଙ୍କୁ ଅନୁରୋଧ କରିଥିଲେ। ଏହାପରେ ସମ୍ବିଧାନର ନିୟମ ଅନୁଯାୟୀ ମୋର୍କେଲଙ୍କ ପାଇଁ ନିୟମରେ କୋହଳ କରାଯାଇଥିଲା। ନିକଟରେ ଅନ୍ୟ ଦେଶକୁ ମଧ୍ୟ ଗସ୍ତ କରିଥିଲେ। ସେ ସମୟରେ ମଧ୍ୟ ଜାତୀୟ ସଙ୍ଗୀତ ଗାନ ବେଳେ ଏଞ୍ଜେଲା ବସିପଡ଼ିଥିଲେ।

ସୂଚନାଯୋଗ୍ୟ, ଜାତୀୟ ସଙ୍ଗୀତ ଗାଇବା ବେଳେ ନିୟମ ପରିବର୍ତ୍ତନ ହୋଇଥିଲା। ୨୦୧୭ରେ ସୁପ୍ରିମକୋର୍ଟ ଜାତୀୟ ସଙ୍ଗୀତ ଗାନ ବେଳେ ରହିଥିବା ନିୟମର ସଂଶୋଧନ କରିଥିଲେ। ସେହି ରାୟକୁ ଉଦ୍ଧାର କରି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବିଜ୍ଞପ୍ତି ପ୍ରକାଶ କରିଥିଲା ଯେ, ହ୍ୱିଲ ଚେୟାରରେ ବସୁଥିବା ବ୍ୟକ୍ତି, ମାନସିକ ରୋଗୀ, ମୂକ ବଧୀର, କୁଷ୍ଠ ରୋଗରୁ ଠିକ୍ ହୋଇଥିବା ବ୍ୟକ୍ତି, ଶାରୀରିକ ଅକ୍ଷମ ବ୍ୟକ୍ତି, ସେରେବ୍ରେଲ ପାଲ୍ସି ଇତ୍ୟାଦି ରୋଗୀ ଜାତୀୟ ସଙ୍ଗୀତ ଗାନ ବେଳେ ଛିଡ଼ା ହେବା ଅନିର୍ବାର୍ଯ୍ୟ ନୁହେଁ। ସରକାର ଏହି ନିୟମକୁ ଆଧାର କରି ଜାତୀୟ ସଙ୍ଗୀତ ଗାନ ବେଳେ ମୋର୍କଲଙ୍କୁ ବସିବା ପାଇଁ ଅନୁମତି ଦେଇଥିଲେ।



from Odisha Reporter https://ift.tt/2JEaUZP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages