ଭୋଜି ପରେ ସାଙ୍ଗମାନେ ମାରି ଦେଲେ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 31, 2019

ଭୋଜି ପରେ ସାଙ୍ଗମାନେ ମାରି ଦେଲେ !

ପଦ୍ମପୁର (ସୋମେଶ ଚନ୍ଦ୍ର ମହାନ୍ତି): ବରଗଡ଼ ଜିଲ୍ଲା  ପଦ୍ମପୁର ଉପଖଣ୍ଡ  ଝାରବନ୍ଧ ଥାନା ଅନ୍ତର୍ଗତ  ତୁର୍ଲା ଗାଁରେ ଜଣେ ବ୍ୟକ୍ତିଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଲକ୍ଷ୍ମୀକାନ୍ତ କଲେତ।

ସୂଚନା ଅନୁଯାୟୀ, ଲକ୍ଷ୍ମୀକାନ୍ତ ଓ ତାଙ୍କ ସାଙ୍ଗମାନେ ଦାଦନ ଯିବାକୁ ଥିବାରୁ ଗତକାଲି ସେମାନେ ଏକ ଭୋଜିର ଆୟୋଜନ କରିଥିଲେ। ତେବେ ବିଳମ୍ୱିତ ରାତିରେ ଲକ୍ଷ୍ମୀକାନ୍ତଙ୍କ କ୍ଷତବିକ୍ଷତ ମୃତଦେହ ତାଙ୍କ ଘର ସାମ୍ନାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କ ମୁଣ୍ଡ ଓ ବେକରେ ଗଭୀର କ୍ଷତ ଚିହ୍ନ ରହିଥିଲା। ଲକ୍ଷ୍ମୀକାନ୍ତଙ୍କୁ ତାଙ୍କ ସାଙ୍ଗମାନେ ହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଝାରବନ୍ଧ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଏହି ଘଟଣାରେ  ପୁଲିସ୍‌  ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।



from Odisha Reporter https://ift.tt/2PDUkx8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages