ଅକ୍ଟୋବର ୧୫ରୁ ଏହି ସବୁ ସ୍ଥାନରେ ଡିଜେଲ ଜେନେରେଟର ବ୍ୟାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 7, 2019

ଅକ୍ଟୋବର ୧୫ରୁ ଏହି ସବୁ ସ୍ଥାନରେ ଡିଜେଲ ଜେନେରେଟର ବ୍ୟାନ୍‌

ନୂଆଦିଲ୍ଲୀ: ଅକ୍ଟୋବର ୧୫ରୁ ଦିଲ୍ଲୀ ସମେତ ଏନ୍‌ସିଆର ଅଞ୍ଚଳରେ ମଧ୍ୟ ଡିଜେଲ ଚାଳିତ ଜେନେରେଟର ବ୍ୟାନ୍‌ ହେବ। ଏନେଇ ପରିବେଶ ପ୍ରଦୂଷଣ(ନିରୋଧ ଓ ନିୟନ୍ତ୍ରଣ) ଅଥୋରିଟି (ଇପିସିଏ) ପକ୍ଷରୁ ଘୋଷଣା କରାଯାଇଛି। ଡିଜେଲ ଚାଳିତ ଜେନେରେଟର ପରିବେଶ ଅଧିକ ପ୍ରଦୂଷଣ କରୁଥିବାରୁ ଇପିସିଏ ଏଭଳି ନିଷ୍ପତ୍ତି ନେଇଛି।

ଗତବର୍ଷ ଇପିସିଏ କେବଳ ଦିଲ୍ଲୀ ସହରରେ ଡିଜେଲ ଚାଳିତ ଜେନେରେଟର ଉପରେ ରୋକ ଲଗାଇଥିଲା। ହେଲେ ଏବେ ଏନ୍‌ସିଆର ଅଞ୍ଚଳର ଗାଜିଆବାଦ, ନୋଏଡ଼ା, ଗ୍ରେଟର ନୋଏଡ଼ା, ଫରିଦାବାଦ, ଗୁରଗ୍ରାମ, ସୋନପିତ, ପାନିପଥ ଓ ବାହାଦୂରଗଡ଼ରେ ଡିଜେଲ ଚାଳିତ ଜେନେରେଟର ଉପରେ ବ୍ୟାନ୍‌ ଲାଗୁ କରିଛି। ତେବେ ଆବାସିକ ଅଞ୍ଚଳରେ ଡିଜେଲ ଜେନେରେଟର ବ୍ୟବହାର ନେଇ ଇପିସିଏ କିଛି ସର୍ତ୍ତ ଲାଗୁ କରିଛି।

ଜରୁରୀକାଳିନ ପରିସ୍ଥିତିରେ ତଥା ବିଦ୍ୟୁତ କାଟ ବେଳେ ଲୋକମାନେ ଚାହିଁଲେ ଲିଫ୍ଟ ବ୍ୟବହାର କରିବା ପାଇଁ ଡିଜେଲ ଚାଳିତ ଜେନେରେଟର ବ୍ୟବହାର କରିପାରିବେ ବୋଲି ଇପିସିଏ ପକ୍ଷରୁ କୁହାଯାଇଛି।



from Odisha Reporter https://ift.tt/2pUsS3r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages