ଉଦଳା(ମାନସ ପାଣି) : ଗତ ରବିବାରଠୁ ଫୁଟବଲ୍ ଖେଳ ଦେଖିବାକୁ ଘରୁ ବାହାରି ଯାଇଥିବା ବୃଦ୍ଧ ଦମ୍ପତି ଏ ଯାଏ ଘରକୁ ଫେରି ନାହାନ୍ତି। ଗୁଣି ଗାରେଡ଼ି ସନ୍ଦେହରେ ସେମାନଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ସୁଦ୍ଧା ଏ ଯାଏ ସେମାନେ ଜୀବିତ କିମ୍ବା ମୃତ ସେ ସମ୍ପର୍କରେ କିଛି ସୂଚନା ପାଇପାରୁ ନାହିଁ।
ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ସୀତାରାମସାହି ଗାଁରେ ଘଟିଛି। ନିଖୋଜ ଦମ୍ପତି ହେଲେ ସୀତାରାମ ସିଂ(୬୨) ଓ ତାଙ୍କ ପତ୍ନୀ ଲେତ ସିଂ (୫୫)। ଉଭୟ ସୀତାରାମ ଓ ଲେତ ଗତ ରବିବାର ସ୍ଥାନୀୟ ଛତ୍ରାଆମ୍ବ ଗାଁକୁ ଫୁଟବଲ ଖେଳ ଦେଖିବାକୁ ଯାଇଥିଲେ। ତେବେ ରାତିରେ ଆଉ ଘରକୁ ନଫେରିବାରୁ ପରିବାର ଲୋକେ ସୋମବାର ସକାଳୁ ଖୋଜଖୋଜି ଆରମ୍ଭ କରିଥିଲେ। ଏହାପରେ ଘର ନିକଟ ଜଙ୍ଗଲର ଏକ ସ୍ଥାନରେ ରକ୍ତ ଛିଟା ଲାଗିଥିବା ଚପଲ ଓ ଚୁଡ଼ି ପଡ଼ିଥିବା ଦେଖିବାକୁ ପାଇଥିଲେ।
ପୂର୍ବରୁ ଗୁଣି ଗାରେଡ଼ି ସନ୍ଦେହରେ ଏହି ଦମ୍ପତ୍ତିଙ୍କ ସମେତ ସେମାନଙ୍କ ପରିବାର ସଦସ୍ୟଙ୍କୁ ଆକ୍ରମଣ ହୋଇଥିଲା। ତେଣୁ ଏହି କାରଣରୁ ସେମାନଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ପରିବାର ଲୋକେ ସନ୍ଦେହ କରିଛନ୍ତି । ଏ ନେଇ କପ୍ତିପଦା ଥାନାରେ ଅଭିଯୋଗ ପରେ ପୁଲିସ୍ ଘଟଣାସ୍ଥଳରେ ସନ୍ଧାନୀ କୁକୁର ସହ ପହଞ୍ଚି ତଦନ୍ତ କରିଛି । ଉଭୟଙ୍କୁ ଖୋଜାଖୋଜି ଚାଲିଥିଲେ ସୁଦ୍ଧା ଏଯାଏଁ ନିଖୋଜ ଦମ୍ପତ୍ତିଙ୍କ ପତ୍ତା ମିଳିପାରନି।
from Odisha Reporter https://ift.tt/2olYYVa
No comments:
Post a Comment