ନିଆଁରେ ପୋଡ଼ି ବାପ,ପୁଅଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 20, 2019

ନିଆଁରେ ପୋଡ଼ି ବାପ,ପୁଅଙ୍କ ମୃତ୍ୟୁ

ଭଦ୍ରକ (ପାର୍ଥସାରଥୀ ନାୟକ): ନିଆଁରେ ପୋଡ଼ି ହୋଇ ବାପ,ପୁଅଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ କଟସାହି ପଞ୍ଚାୟତ ଶ୍ୟାମଚାନ୍ଦପାଟଣା ଗାଁରେ। ମୃତକଦ୍ୱୟ ଜୟନ୍ତ ବାରିକ ଓ ତାଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ବାରିକ।

ସୂଚନା ଅନୁସାରେ, ଜୟନ୍ତଙ୍କର ଏକ ତେଜରାତି ଦୋକାନ ଥିଲା। ଗତକାଲି ସ଼କାଳେ ଦୋକାନରେ ଧୂପ ଦେବା ବେଳେ ଅସାବଧାନତା ବଶତଃ ଧୂପରୁ ନିଆଁ ଖସି ସେଠାରେ ଥିବା ପେଟ୍ରୋଲ୍‌ରେ ପଡ଼ି ଯାଇଥିଲା। ଫଳରେ ନିଆଁ ଲାଗି ଯାଇଥିଲା। ଏପହାରେ ପୂରା ଦୋକାନରେ ନିଆଁ ଲାଗି ଯାଇଥିଲା। ଦୋକାନର ସବୁ ଜିନିଷ ପୋଡ଼ି ଯାଇଥିଲା ବେଳେ ବାପ,ପୁଅ ମଧ୍ୟ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିଲେ। ସେମାନଙ୍କୁ ଗାଁ ଲୋକେ ଉଦ୍ଧାର କରି ପ୍ରଥମେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏହାପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ  କଟକ ସ୍ଥାନାନ୍ତର କରାଯାଇଥିଲା। ତେବେ ଆଜି ଭୋରରେ ପ୍ରଥମେ ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ସକାଳେ ଜୟନ୍ତଙ୍କର ମୃତ୍ୟୁ ହୋଇଥିଲା। ଏ ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।



from Odisha Reporter https://ift.tt/2o5IXTm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages