କୁଟେରାକେନ୍ଦବାସୀଙ୍କୁ କନ୍ଦାଉଛି ରାସ୍ତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 20, 2019

କୁଟେରାକେନ୍ଦବାସୀଙ୍କୁ କନ୍ଦାଉଛି ରାସ୍ତା

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି ): ଗାଁଟିର ନାଁ କୁଟେରାକେନ୍ଦ। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ୍ ମହୁଲପଡ଼ା ପଞ୍ଚାୟତରେ ଅଛି ଏହି ଗାଁ। ଗାଁର ଜନସଂଖ୍ୟା ପ୍ରାୟ ୫୦୦ ହେବ। ଅଧିକାଂଶ ଲୋକ ଆଦିବାସୀ ଓ ଚାଷୀ ସମ୍ପ୍ରଦାୟର। ତେବେ ଏ ଗାଁର ବଡ଼ ଦୁଃଖ ହେଉଛି ଯେ ସେଠାକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ। ଟିଟିଲାଗଡ଼ ସହରଠାରୁ ମାତ୍ର ୧୨ କିଲୋମିଟର ଦୂରରେ ଥିଲେ ବି ଏହି ଗାଁକୁ ଭଲ ରାସ୍ତାଟିଏ ନାହିଁ। ଯେଉଁ ରାସ୍ତା ଅଛି, ତାହା ଖାଲଖମାରେ ଭର୍ତ୍ତି ହୋଇଛି। ରାସ୍ତାଟିର ଅବସ୍ଥା ଏମିତି ଯେ ଖରା ଓ ଶୀତ ଦିନେ ବି ଯିବା କଷ୍ଟକର। ଆଉ ବର୍ଷା ହେଲେ ତ କଥା ସରିଲା। ବର୍ଷା ଦିନେ ପୂରା ରାସ୍ତା କାଦୁଅ ପଚପଚ ହୋଇଯାଏ। ଫଳରେ ଯିବାଆସିବା କଡ଼ କଷ୍ଟକର ହୋଇପଡ଼େ। ଗାଁରେ ଅନେକ ଲୋକ ଚାଷବାସ କରନ୍ତି। କିନ୍ତୁ ରାସ୍ତା ଭଲ ନଥିବାରୁ ପନିପରିବା ଆଦି ବିକ୍ରି କରିବାକୁ ସହରକୁ ଆସିପାରୁ ନାହାନ୍ତି। ଫଳରେ ଭଲ ଦି’ ପଇସା ରୋଜଗାରରୁ ମଧ୍ୟ ବଞ୍ଚିତ ହେଉଛନ୍ତି।

କୁଟେରାକେନ୍ଦବାସୀ ଦୁଃଖ ଏତିକିରେ ଶେଷ ହୋଇନି। ଗାଁକୁ ଯାଇଥିବା ରାସ୍ତାରେ ୩ଟି ନାଳ ପଡ଼େ। ଫଳରେ ଗାଁକୁ ଆମ୍ବୁଲାନ୍ସ ଯାଇପାରେ ନାହିଁ। ଅନ୍ୟାନ୍ୟ ଗାଡ଼ି ଯିବା ବି ଅସମ୍ଭବ। ଫଳରେ କେହି ଅସୁସ୍ଥ ହେଲେ ତାଙ୍କୁ ଡାକ୍ତରଖାନା ନେବା କାଠିକର ପାଠ ହୋଇଯାଏ। ଲୋକେ ରୋଗୀଙ୍କୁ ସାଇକେଲ୍‌ ଅବା ଖଟରେ ବୋହି ଡାକ୍ତରଖାନା ନିଅନ୍ତି।

ଶ୍ରୀବ ମାଝି ନାମକ ଜଣେ ଗ୍ରାମବାସୀ କହିଛନ୍ତି, “କୁଟୁରାକେନ୍ଦ ଗାଁର ସବୁଠୁ ବଡ଼ ସମସ୍ୟା ହେଉଛି ରାସ୍ତା। ପୁଣି ଏହି ରାସ୍ତାରେ ଗୋଟିଏ ବଡ଼ ନାଳ ଥିବା ବେଳେ ଦୁଇଟି ଛୋଟ ନାଳ ରହିଛି। ତେବେ ବଡ଼ ନାଳରେ ବ୍ରିଜ୍‌ ହୋଇ ଗଲେ ବାକି ନାଳରେ ଲୋକେ ଯିବା ଆସିବା କରିପାରିବେ। ବର୍ଷା ଦିନ ହେଲେ ଗାଁଲୋକେ ବେଶୀ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଏହି ସମୟରେ କେହି ଅସୁସ୍ଥ ହେଲେ ବା ଡେଲିଭରି କେସ୍‌ ଥିଲେ ଭାରି ଅସୁବିଧା ହେଉଛି। ଆମ୍ୱୁଲାନ୍ସକୁ ଡାକିଲେ ନାଳ ଥିବାରୁ ଆସି ପାରୁ ନାହିଁ। ରୋଗୀକୁ ଖଟରେ ବୋହି ନେବାକୁ ପଡୁଛି। ଏନେଇ ଆମେ ଜିଲ୍ଲା ପ୍ରଶାସନକୁ ବାରମ୍ୱାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ।”

ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ କହିଛନ୍ତି, “କୁଟୁରାକେନ୍ଦ ଗାଁକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା କିମ୍ୱା  ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ମାଧ୍ୟମରେ ସାମିଲ କରିବା ପାଇଁ ପୂର୍ବରୁ ବି ଉଦ୍ୟମ କରାଯାଇଛି। ହେଲେ ଏହି ଗାଁକୁ ଯିବା ପାଇଁ ଯେଉଁଠୁ ରାସ୍ତା ଆରମ୍ଭ ହେବ, ତାହା ରିଜର୍ଭ ଫରେଷ୍ଟ ଭିତରେ ଆସୁଛି। ତେଣୁ ଯେତେ ପର୍ଯ୍ୟନ୍ତ ରିଜର୍ଭ ଫରେଷ୍ଟ ପକ୍ଷରୁ କ୍ଲିୟରାନ୍ସ ମିଳିନାହିଁ କୌଣସି ବି ପ୍ରୋଜେକ୍ଟ ହାତକୁ ନିଆଯାଇ ପାରିବନି।”

ସେ ଆହୁରି କହିଛନ୍ତି, “ଏହି ଗାଁଲୋକେ ରାସ୍ତା ସମସ୍ୟା ନେଇ ମୋତେ ଦେଖା କରିବାକୁ ଆସିଥିଲେ। ସରପଞ୍ଚଙ୍କୁ ଡାକି ନିର୍ଦ୍ଦେଶ ଦେଇଛି ଯେ ଅତିଶୀଘ୍ର ସେମାନେ ଗ୍ରାମସଭା କରିବେ। ଗ୍ରାମସଭା ମାଧ୍ୟମରେ ଫରେଷ୍ଟ ଲ୍ୟାଣ୍ଡ ଡାଇଭର୍ସନ ପ୍ରପୋଜାଲ୍ ଦେଲେ ତାକୁ ନେଇ ଆଲୋଚନା କରାଯିବ। ଫରେଷ୍ଟ ଲ୍ୟାଣ୍ଡ ଡାଇଭର୍ସନ୍ ହୋଇଗଲା ପରେ ଗାଁ ବିକାଶ ନେଇ ବିଭିନ୍ନ ଯୋଜନା କରାଯାଇ ପାରିବ। ଆବଶ୍ୟକ ଥିବା ରାସ୍ତା ଓ ଦୁଇଟି ବ୍ରିଜ୍‌ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇପାରିବ।”



from Odisha Reporter https://ift.tt/2Bo6PVl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages