ଛୋଟ ପ୍ୟାଣ୍ଟ୍ ପିନ୍ଧିଥିବାରୁ ଯୁବତୀଙ୍କୁ ବିଚ୍‌ ରାସ୍ତାରେ ଅଟକାଇ ମନଇଚ୍ଛା ବର୍ଷିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 8, 2019

ଛୋଟ ପ୍ୟାଣ୍ଟ୍ ପିନ୍ଧିଥିବାରୁ ଯୁବତୀଙ୍କୁ ବିଚ୍‌ ରାସ୍ତାରେ ଅଟକାଇ ମନଇଚ୍ଛା ବର୍ଷିଲେ

ନୂଆଦିଲ୍ଲୀ: ଆମେ ସମସ୍ତେ ‘ଜିଓ ଔର ଜିନେ ଦୋ’ର ନାରା ଦେଉ। ଏଠି ପ୍ରତ୍ୟେକ ଲୋକଙ୍କର ସ୍ୱାଧୀନତା ରହିଛି। ସେହି ସ୍ୱାଧୀନତା ବଳରେ ଜଣେ ବ୍ୟକ୍ତି କେମିତି ରହିବେ, କ’ଣ ଖାଇବେ, କେମିତି ପୋଷାକ ପିନ୍ଧିବେ- ତାହା ତାଙ୍କ ଉପରେ ନିର୍ଭର କରେ। କିନ୍ତୁ ଝିଅ ମାନଙ୍କ ପୋଷାକକୁ ନେଇ ସବୁବେଳେ ପ୍ରଶ୍ନ ଉଠେ। ଛୋଟ ଡ୍ରେସ୍ ପିନ୍ଧୁଥିବା ଝିଅ ମାନେ ଅନେକ ସମୟରେ ସମାଲୋଚନାର ଶିକାର ହୁଅନ୍ତି। ନିକଟରେ ଠିକ୍‌ ଏମିତି ଏକ ଘଟଣା ଘଟିଛି।  ଜଣେ ଯୁବତୀ ଛୋଟ ପ୍ୟାଣ୍ଟ୍‌ ପିନ୍ଧିଥିବାରୁ ତାଙ୍କୁ ରାସ୍ତା ଉପରେ ଅଟକାଇ ଅପମାନିତ କରାଯାଇଛି।

ଘଟଣାଟି ଘଟିଛି ବେଙ୍ଗାଲୁରୁର ଏଚ୍‌ଏସ୍‌ଆର୍‌ ଲେଆଉଟ୍ ଅଞ୍ଚଳରେ। ଗତ ଗୁରୁବାର ରାତି ପ୍ରାୟ ୧୦ଟା ବେଳେ ଯୁବତୀ ଜଣଙ୍କ ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ମାର୍କେଟ୍‌ରୁ ଫେରୁଥିଲେ। ସେ ଏକ ଛୋଟ ପ୍ୟାଣ୍ଟ ଓ ଟି-ଶର୍ଟ ପିନ୍ଧି ବାଇକ୍ ପଛରେ ବସିଥିଲେ। ଏହି ସମୟରେ ସ୍କୁଟରରେ ଆସୁଥିବା ଜଣେ ବ୍ୟକ୍ତି ସେମାନଙ୍କୁ ରାସ୍ତା ଉପରେ ଅଟକାଇଥିଲେ ଓ ଉକ୍ତ ଯୁବତୀଙ୍କ ଉପରେ ଖୁବ୍ ଜୋରରେ ବର୍ଷି ଥିଲେ। ସେ କହିଥିଲେ, ତମେ କ’ଣ ଭାରତୀୟ? ଯଦି ଭାରତୀୟ ତା’ହେଲେ ଭାରତୀୟ ପୋଷାକ ପିନ୍ଧ। ତୁମ ଘରେ କ’ଣ କପଡା ନାହିଁ। ଏହାପରେ କିଛି ସମୟ ପାଇଁ ଉକ୍ତ ବ୍ୟକ୍ତିଙ୍କ ସହ ଯୁବତୀଙ୍କର କଥା କଟାକଟି ହୋଇଥିଲା। ଯେତେବେଳେ ଉକ୍ତ ବ୍ୟକ୍ତି ଜଣଙ୍କ ଦେଖିଲେ ଯେ ତାଙ୍କ କଥାକୁ ସେହି ଯୁବତୀଙ୍କ ପୁରୁଷ ବନ୍ଧୁ ମୋବାଇଲ୍‌ରେ ରେକର୍ଡ କରୁଛନ୍ତି, ସେତେବେଳେ ସେ ଟିକେ ନମ୍ର ହୋଇଥିଲେ। ତଥାପି ସେ ସେହି ଯୁବତୀଙ୍କୁ ଠିକ୍ ଢଙ୍ଗର ପୋଷାକ ପିନ୍ଧିବାକୁ କହିଥିଲେ। ଯେତେବେଳେ ଯୁବତୀଙ୍କ ପୁରୁଷ ବନ୍ଧୁ ଜଣଙ୍କ ଥାନାକୁ ଯିବା କଥା କହିଲେ ସେ ସେଠାରୁ ପଳାଇ ଯାଇଥିଲେ।

ଏ ଭିଡିଓଟି ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଯୁବତୀଙ୍କ ପୁରୁଷ ବନ୍ଧୁ ଏହି ଭିଡିଓ ରେକର୍ଡ କରି ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ଶେଆର କରିଥିଲେ। ଭିଡିଓଟିକୁ ୭ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

ଏହି ଭିଡିଓ ଦେଖି ଟ୍ୱିଟରରେ ଲୋକେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ସମସ୍ତେ ପ୍ରାୟ ଉକ୍ତ ବ୍ୟକ୍ତି ଜଣଙ୍କୁ ସମାଲୋଚନା କରିଛନ୍ତି। ଜଣେ ଲେଖିଛନ୍ତି, କାହାକୁ ଅଟକାଇ ଏମିତି ଅପମାନିତ କରିବାର ଅଧିକାର କୌଣସି ବ୍ୟକ୍ତିଙ୍କର ନାହିଁ। ଆଉ ଜଣେ ଲେଖିଛନ୍ତି, ‘କିଛି କରି ହେବନି। ସେ ଶିକ୍ଷିତ ଓ ପ୍ରଫେସ୍‌ନାଲ୍ ଭଳି ଦେଖାଯାଉଛନ୍ତି। ତଥାପି ଏମିତି କାମ କରୁଛନ୍ତି। ତାଙ୍କ ମୁଣ୍ଡରେ କିଛି ନାହିଁ।’

ଆକାଶ ନାମକ ଜଣେ ବ୍ୟକ୍ତି ଲେଖିଛନ୍ତି, ‘ଯେଉଁ ବ୍ୟକ୍ତି ଜଣଙ୍କ ସେହି ଯୁବତୀଙ୍କୁ ଭାରତୀୟ ପୋଷାକ ପିନ୍ଧିବା ପାଇଁ କହୁଥିଲେ ସେ ନିଜେ ପାଶ୍ଚାତ୍ୟ ପୋଷାକ ପିନ୍ଧିଛନ୍ତି ଓ ଇଂରାଜୀ କହୁଛନ୍ତି।’ ଭି ଗୋପାଲନ ଲେଖିଛନ୍ତି, ‘ସେହି ବ୍ୟକ୍ତି ଜଣଙ୍କୁ କାହିଁକି ମାଡ଼ ମରା ନଯିବ? ତା’ର କ’ଣ ଅଧିକାର ଅଛି ଏମିତି କହିବାର? ଏଭଳି ଲୋକଙ୍କ ପାଇଁ ବିଶ୍ୱ ଦରବାରରେ ଭାରତର ଛବି ଖରାପ ହେଉଛି।’ ଶିଳ୍ପୀ ତିୱାରୀ ଲେଖିଛନ୍ତି, ‘ମାନସିକତାରେ ପରିବର୍ତ୍ତନ ଆସି ନଥିବାରୁ ଏଭଳି ଘଟଣା ଦେଖିବାକୁ ମିଳିଛି।’

 

 



from Odisha Reporter https://ift.tt/2p3CFDN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages