ପାରାଦୀପ (ରମାକାନ୍ତ ନାୟକ): ଗତକାଲି ଅପରାହ୍ନରେ ପାରାଦୀପ ମହାନଦୀ ମୁହାଣରେ ମାଛଧରା ଟ୍ରଲର ବୁଡି ଘଟଣାରେ ନିଖୋଜ ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହ ଆଜି ସକାଳୁ ଉଦ୍ଧାର ହୋଇଛି। ଏବେବି ଆଉ ଜଣେ ନିଖୋଜଙ୍କ ପତ୍ତା ମିଳୁନି । ଗତକାଲି ୩ଜଣଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀ ଉଦ୍ଧାର କରାଯାଇଥିଲା।
ମା’ ଜାଡୁଆ ନାମକ ମାଛଧରା ଟ୍ରଲରରେ ୫ଜଣ ମତ୍ସ୍ୟଜୀବୀ ୪ଦିନ ତଳେ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ । ମଙ୍ଗଳବାର ସେମାନେ ଫେରୁଥିବାବେଳେ ଅପରାହ୍ନରେ ହଠାତ ସମୁଦ୍ର ଅଶାନ୍ତ ହୋଇଯାଇଥିଲା । ଲହଡି ମାଡ଼ରେ ସମସ୍ତ ମତ୍ସ୍ୟଜୀବୀ ପାଣିକୁ ଛିଟିକି ପଡିଥିଲେ । ଖବର ପାଇ ସ୍ଥାନୀୟ ମତ୍ସଜୀବୀ ଏକ ଡଙ୍ଗା ମାଧ୍ୟମରେ ୩ ଜଣଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ୩ ବ୍ୟକ୍ତି ହେଲେ ଉମାକାନ୍ତ ଦାସ, ଗଙ୍ଗାଧର ଦାସ ଓ ତାଙ୍କ ପୁଅ ସନ୍ତୋଷ ଦାସ।
ତେବେ ୨ ଜଣ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ବଟକୃଷ୍ଣ ମଲ୍ଲିକଙ୍କ ମୃତଦେହ ଆଜି ସକାଳୁ ପାରାଦିପ ସମୁଦ୍ର କୂଳ ନିକଟରେ ଭାସୁଥିବା ଦେଖି ଜଟାଧାର ମୁହାଣ ମେରାଇନ ପୁଲିସ୍ ଉଦ୍ଧାର କରିଥିଲା। ଏବେ ବି ଲକ୍ଷ୍ମୀଧର ଦାସ ନାମକ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି।
ସଙ୍ଗସଙ୍ଗେ ମେରାଇନ ପୁଲିସ୍ର ବୋଟ ଦୁର୍ଘଟଣାସ୍ଥଳକୁ ଯାଇନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହାସହ ମୁହାଣ ପୋତି ହୋଇଯାଇଥିବାରୁ ବାରମ୍ବାର ଏଭଳି ଅଘଟଣ ଘଟୁଥିବା ସ୍ଥାନୀୟ ମତ୍ସ୍ୟଜୀବୀ କହିଛନ୍ତି ।
from Odisha Reporter https://ift.tt/30YutlB
No comments:
Post a Comment