ଟ୍ରେନରେ ନିଆଁ ଲାଗି ୧୬ ଜଣଙ୍କ ମୃତ୍ୟୁ, ୧୦ରୁ ଅଧିକ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 30, 2019

ଟ୍ରେନରେ ନିଆଁ ଲାଗି ୧୬ ଜଣଙ୍କ ମୃତ୍ୟୁ, ୧୦ରୁ ଅଧିକ ଆହତ

ଇସଲାମାବାଦ: ଟ୍ରେନରେ ନିଆଁ ଲାଗିଯିବାରୁ ୧୬ ଜଣଙ୍କର ମୃତ୍ୟୁ ଘଟିଛି ୧୦ରୁ ଅଧିକ ଆହତ ହୋଇଛନ୍ତି। ଆଜି ସକାଳେ ପାକିସ୍ତାନର କରାଚିରୁ ରାଓ୍ଲଲପିଣ୍ଡିକୁ ତେଜଗମ ଏକ୍ସପ୍ରେସ ଯାଉଥିବା ବେଳେ ରହିମ ୟାର ଖାନ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି।

ଟ୍ରେନରେ ଏକ ସିଲିଣ୍ଡର ବିସ୍ଫୋରଣ କରିବାରୁ ତିନୋଟି ବଗିରେ ନିଆଁ ଲାଗିଯାଇଥିଲା ବୋଲି ମିଡିଆ ରିପୋର୍ଟରୁ ଜଣାପଡ଼ିଛି। ନିଆଁ ଜୋରରେ ଲାଗିଥିବାରୁ ପ୍ରବଳ ଧୂଆଁ ବାହାରୁଛି। ଫଳରେ ଅନେକ ଲୋକ ଅଣନିଶ୍ୱାସୀ ହୋଇ ମୃତ୍ୟୁ ବରଣ କରିଥିବା ସୂଚନା ରହିଛି। ଟ୍ରେନଟି ଦୈନିକ କରାଚିରୁ ରାଓ୍ଲଲପିଣ୍ଡିରୁ ଯାଏ। ଯେଉଁ ତିନି ବଗିରେ ନିଆଁ ଲାଗିଛି ସେଥିରେ କେତେ ଜଣ ଯାତ୍ରୀ ଥିଲେ ସେ ନେଇ ସୂଚନା ମିଳିନାହିଁ।



from Odisha Reporter https://ift.tt/2oxzswt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages