ଓ୍ୱାଶିଂଟନ: ଆଇଏସଆଇଏସ ମୁଖ୍ୟ ଅବୁ ବକର ଅଲ-ବାଗଦାଦିକୁ ଆମେରିକା ସେନା ଆକ୍ରମଣ କରିବାର କିଛି ଭିଡିଓ ଜାରି କରିଛି ୟୁଏସ ସେଣ୍ଟ୍ରାଲ କମାଣ୍ଡ। ବୁଧବାର ଟୁଇଟ୍ କରି ଏହି ଭିଡିଓ ଜାରି କରିଛି ଆମେରିକା ସେନା।
ଭିଡିଓରେ ସିରିଆର ଇଡଲିବରେ ଆମେରିକା ସେନାର ଡେଲ୍ଟା କମାଣ୍ଡର ବାଗଦାଦିର ଠିକଣା ସ୍ଥଳ ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ଆମେରିକାର ଏୟାର କ୍ରାଫ୍ଟକୁ ଦେଖି ବାଗଦାଦିର ସୁରକ୍ଷାକର୍ମୀ ମଧ୍ୟ ଆକ୍ରମଣ କରିଥିଲେ। ୪ ଦିନ ତଳେ ଆମେରିକା ସେନା ବାଗଦାଦିର ଠିକଣା ସ୍ଥଳ ଉପରେ ଆକ୍ରମଣ କରିଥିଲା। ଆମେରିକା ସେନା ଘେରିଯିବା ପରେ ବାଗଦାଦି ନିଜକୁ ଏବଂ ତିନି ଛୁଆକୁ ଆତ୍ମଘାତୀ ବୋମା ସାହାଯ୍ୟରେ ଉଡ଼ାଇ ଦେଇଥିଲା। ଆମେରିକା ସେନା ଅଧିକାରୀ କହିଛନ୍ତି, ଅନ୍ତର୍ଜାତୀୟ ନିୟମ ଅନୁଯାୟୀ ଆତଙ୍କବାଦି ବାଗଦାଦିର ମୃତ ଶରୀରକୁ ସମୁଦ୍ର ମଝିରେ ଫିଙ୍ଗି ଦିଆଯାଇଛି।
“…at the compound, fighters from two locations in the vicinity of the compound began firing on U.S. aircraft participating in the assault.”
– Gen Frank McKenzie CDR USCENTCOM pic.twitter.com/SkrtHNDs7w— U.S. Central Command (@CENTCOM) October 30, 2019
ରବିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାମ୍ୱାଦିକ ସମ୍ମିଳନୀ କରି ବାଗଦାଦିର ମୃତ୍ୟୁ ବାବଦରେ ସୂଚନା ଦେଇଥିଲେ। ସେ କହିଥିଲେ ଘରର ଏକ କାନ୍ଥ ଭାଙ୍ଗି ଘର ଭିତରକୁ ପଶିଥିଲେ ଆମେରିକା ସେନାର ଡେଲ୍ଟା କମାଣ୍ଡର। ଏହାପରେ ବାଗଦାଦିର ଦୁଇ ସ୍ତ୍ରୀ ଆମେରିକା ସେନାର ଗୁଳିରେ ନିହତ ହେବା ପୂର୍ବରୁ ନିଜକୁ ବୋମାରେ ଉଡ଼ାଇ ଦେଇଥିଲେ। ବାଗଦାଦି ଆତ୍ମସମର୍ପଣ କରିବା ବଦଳରେ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରି ଦୌଡ଼ିଥିଲା। ଏହାପରେ ବଙ୍କରର ସମସ୍ତ ରାସ୍ତାକୁ ଘେରିଯାଇଥିଲେ ଡେଲ୍ଟା କମାଣ୍ଡର। ୪୮ ବର୍ଷୀୟ ବାଗଦାଦି ନିଜର ତିନି ଛୁଆଙ୍କୁ ଧରି ଦୌଡ଼ିବା ଆରମ୍ଭ କରିବା ମାତ୍ରେ ଡେଲ୍ଟା କମାଣ୍ଡର ସାଙ୍ଗରେ ନେଇଥିବା ତାଲିମ ପ୍ରାପ୍ତ କୁକୁରଙ୍କୁ ଛାଡ଼ି ଦେଇଥିଲେ। ଏହି ସମୟରେ ବାଗଦାଦିର ବିକଳ ହୋଇ ଚିତ୍କାର କରିବା ସାଙ୍ଗକୁ କାନ୍ଦିଥିଲା। ଏହାପରେ ତିନି ଛୁଆ ସହିତ ନିଜକୁ ଆତ୍ମଘାତୀ ବୋମା ସାହାଯ୍ୟରେ ଦେଇଥିଲା ବୋଲି ଆମେରିକା ରାଷ୍ଟ୍ରପତି କହିଥିଲେ। ଏଥିସହିତ ବାଗଦାଦିର ଆହୁରି ୧୧ ଛୁଆଙ୍କୁ ଆମେରିକା ସେନା ଉଦ୍ଧାର କରି ଜଣେ ତୃତୀୟ ପକ୍ଷଙ୍କ ପାଖରେ କଡ଼ା ସୁରକ୍ଷା ମଧ୍ୟରେ ରଖିଛନ୍ତି। ହେଲେ ଏ ବାବଦରେ ସମ୍ପୂର୍ଣ୍ଣ ତଥ୍ୟକୁ ଗୁପ୍ତ ରଖିଛି ଆମେରିକା।
from Odisha Reporter https://ift.tt/326mW4V
No comments:
Post a Comment