ମାଡ଼ି ଦଳି ନଷ୍ଟ କଲେ ହାତୀପଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 14, 2019

ମାଡ଼ି ଦଳି ନଷ୍ଟ କଲେ ହାତୀପଲ

ଭବାନୀପାଟଣା(ରାଜକୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜର ସମରକଟା ଗାଁରେ ହାତୀ ଆତଙ୍କ ଦେଖାଦେଇଛି।  ଗତକାଲି ରାତିରେ ଚାଷ ଜମିରେ  ହାତୀ ପଲ ପଶି ବହୁ ଧାନ ଫସଲ ମାଡ଼ି ଦଳି ନଷ୍ଟ କରିଛନ୍ତି। ଏଥିଯୋଗୁ ଗାଁ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି।

ଫସଲ ନଷ୍ଟ କରିବା ପରେ ହାତୀପଲ ନିକଟସ୍ଥ କମର୍ଦ୍ଧା ଜଙ୍ଗଲକୁ ଫେରି ଯାଉଛନ୍ତି। ତେବେ ଏବର୍ଷ ଅମଳ ହେବା ପୂର୍ବରୁ ଫସଲ ନଷ୍ଟ  ହୋଇଯାଇଥିବାରୁ ସରକାର କ୍ଷତିପୂରଣ ଦେବାକୁ ଚାଷୀମାନେ ଦାବି କରିଛନ୍ତି। ତେବେ ଖବର ଲେଖାଯିବା ସୁଦ୍ଧା ବନ ବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି।



from Odisha Reporter https://ift.tt/2ppIRpG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages