ନିୟମ ଭାଙ୍ଗିଲେ ଜୁରି: ବୁକର ପୁରସ୍କାର ଜିତିଲେ ଦୁଇ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 14, 2019

ନିୟମ ଭାଙ୍ଗିଲେ ଜୁରି: ବୁକର ପୁରସ୍କାର ଜିତିଲେ ଦୁଇ ମହିଳା

ଲଣ୍ଡନ: ସାହିତ୍ୟ କ୍ଷେତ୍ରର ସବୁଠାରୁ ସମ୍ମାନଜନକ ବୁକର ପୁରସ୍କାର ଏଥର ଦୁଇ ଜଣ ମହିଳା ପାଇବେ। ସବୁବର୍ଷ ଜଣଙ୍କୁ ହିଁ ବୁକର ପୁରସ୍କାର ମିଳୁଥିବା ବେଳେ ୨୦୧୯ ବର୍ଷ ପାଇଁ ଜୁରି ସଦସ୍ୟ ପ୍ରଚଳିତ ନିୟମକୁ ଭାଙ୍ଗି ଦେଇଛନ୍ତି।

ସର୍ବସମ୍ମତିକ୍ରମେ ଚଳିତ ବର୍ଷ ବୁକର ପ୍ରାଇଜ୍‌ ପାଇଁ ଯୁଗ୍ମ ବିଜେତା ଘୋଷଣା କରାଯାଇଛି। ଘୋଷଣା ଅନୁଯାୟୀ,  ମାର୍ଗେଟ ଏଟଉଡ୍‌ ଓ ବେରନାରଡିନ୍‌ ଇଭାରିଷ୍ଟୋ ଚଳିତ ବର୍ଷ ବୁକର ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ୨୦୧୯ ବୁକର ପ୍ରାଇଜ୍‌ ପାଇଁ ୬ଟି ପୁସ୍ତକ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିଲା। ଏହି ବହି ଗୁଡ଼ିକ ମଧ୍ୟରେ ଭାରତ-ବ୍ରିଟିଶ ଲେଖକ ସଲମାନ ରଶୁଡିଇଙ୍କ ରଚିତ ଟ୍ରାଜିକୋମିକ କ୍ୟୁଛୋଟେ ମଧ୍ୟ ରହିଥିଲା।

ବୁକର ପୁରସ୍କାର ନିୟମ ଅନୁଯାୟୀ, କେବେ ହେଲେ ଯୁଗ୍ମ ବିଜେତା ହୋଇପାରିବେ ନାହିଁ। ଏନେଇ କମିଟିରେ ଥିବା ସଦସ୍ୟମାନଙ୍କୁ ମଧ୍ୟ ଅବଗତ କରାଯାଇଥିଲା। ଜୁରି ସଦସ୍ୟମାନେ ଦୀର୍ଘ ୫ ଘଣ୍ଟାକାଳ ବିଚାର କରିବା ପରେ ଏଟଉଡ୍‌ଙ୍କ ଦ୍ୱାରା ରଚିତ ‘ଦି ଟେଷ୍ଟାମେଣ୍ଟ’ ଓ ଇଭାରିଷ୍ଟୋଙ୍କ ‘ଗାର୍ଲ, ୱମେନ ଆଣ୍ଡ ଅଦର’କୁ ଯୁଗ୍ମ ବିଜେତା ଘୋଷଣା କରିଥିଲେ।

ଦୀର୍ଘ ୩୦ ବର୍ଷ ପରେ ପ୍ରଥମଥର ପାଇଁ ଯୁଗ୍ମ ଭାବେ ବୁକର ପ୍ରାଇଜ୍‌ ପ୍ରଦାନ କରାଯାଇଛି। ସେହିପରି ଇଭାରିଷ୍ଟୋ ପ୍ରଥମ କୃଷ୍ଣକାୟ ମହିଳା ଭାବେ ସମ୍ମାନଜନକ ବୁକର ପ୍ରାଇଜ୍ ଜିତିଛନ୍ତି। କ୍ୟାନାଡାର ୭୯ ବର୍ଷୀୟ ଲେଖିକା ଏଟଉଡ୍‌ ବୁକର ସମ୍ମାନ ଜିତିବାରେ ପ୍ରଥମ ବୟସ୍କା ମହିଳା ହେବାର ରେକର୍ଡ କରିଛନ୍ତି।



from Odisha Reporter https://ift.tt/2oLVtaX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages