ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିଶୁ କାଳାକାର ଭାବେ ସେ ତାଙ୍କର ଅଭିନୟ ସଫର ଆରମ୍ଭ କରିଥିଲେ। ୨୦୧୭ରେ ରିଲିଜ୍ ହୋଇଥିବା ଫିଲ୍ମ ‘ତୁ ମୋ ଲଭ୍ ଷ୍ଟୋରୀ’ ମାଧ୍ୟମରେ ସେ ବଡ଼ ପରଦାରେ ଡେବ୍ୟୁ କରିଥିଲେ। ଫିଲ୍ମଟି ସୁପରହିଟ୍ ହିଟ୍ ହୋଇଥିଲା। ଏହାପରେ ଗୋଟେ ପରେ ଗୋଟେ ସୁରହିଟ୍ ଫିଲ୍ମ ଦେଇଚାଲିଲେ ଅଭିନତା ସ୍ୱରାଜ। ଏବେ ସ୍ୱରାଜଙ୍କର ଢେର୍ ଫ୍ୟାନ୍। ହେଲେ ‘ତୁ ମୋ ଲଭ୍ ଷ୍ଟେରୀ’ ଫିଲ୍ମରେ ଡେବ୍ୟୁ କରିବା ପୂର୍ବରୁ ସ୍ୱରାଜ କୁଆଡେ ଭାରି ଚିନ୍ତାରେ ଥିଲେ। ତାଙ୍କୁ ଡର ଲାଗୁଥିଲା ତାଙ୍କ ଲୁକ୍କୁ ନେଇ। ଅର୍ଥାତ୍ ସ୍ୱରାଜ ଚିନ୍ତାରେ ଥିଲେ ଯେ ଦର୍ଶକ ତାଙ୍କୁ ପସନ୍ଦ କରିବେ କି ନାହିଁ। ତାଙ୍କର ଫିଜିକ୍ ଏବଂ ଲୁକ୍ ଦୁଇଟି ଯାକ ତାଙ୍କୁ ଠିକ୍ ଲାଗୁନଥିଲା।
ସେ ଭାବୁଥିଲେ ଦର୍ଶକ ତାଙ୍କର ଏ ଚେହେରାକୁ ବୋଧେ ଗ୍ରହଣ କରିବେନାହିଁ। କିନ୍ତୁ ଦର୍ଶକଙ୍କ ଭଲପାଇବା ଦେଖି ଧୀରେ ଧୀରେ ତାଙ୍କ ମନରୁ ଏ ଭ୍ରମ ଦୂର ହୋଇଯାଇଥିଲା।
ଥରେ ତରଙ୍ଗ ମ୍ୟୁଜିକ୍ରେ ପ୍ରସାରିତ ହେଉଥିବା ଚାଟ୍ ଶୋ ‘ଦିଲ୍ଲ ଦୋସ୍ତି ମ୍ୟୁଜିକ୍’ରେ ଯୋଗଦେଇ ସ୍ୱରାଜ ଏକଥା କହିଥିଲେ।
ସୂଚନା ଅନୁଯାୟୀ, ସ୍ୱରାଜ ‘ତୁ ମୋ ଲଭ୍ ଷ୍ଟୋରୀ’, ‘ଲୈଲା ଓ ଲୈଲା’, ‘ଲଭ୍ ଏକ୍ସପ୍ରେସ୍’, ଆଦି ଫିଲ୍ମରେ ଲିଡ୍ରେ ନଜର ଆସିଛନ୍ତି।
from Odisha Reporter https://ift.tt/31xgQKl
No comments:
Post a Comment