ଉଚ୍ଛେଦ ତ୍ୱରାନ୍ୱିତ କରିବାକୁ ୪୦ କୋଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 1, 2019

ଉଚ୍ଛେଦ ତ୍ୱରାନ୍ୱିତ କରିବାକୁ ୪୦ କୋଟି

ପୁରୀ(ମଧୁସୂଦନ ମିଶ୍ର): ଶ୍ରୀମନ୍ଦିର ସୁରକ୍ଷା ଜୋନର ୭୫ମିଟର ଚୌହଦିରେ ଉଚ୍ଛେଦ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସରକାର ଆପଣାଇଛନ୍ତି ନୂଆ ତରିକା। ଏଣିକି ଅଧିଗ୍ରହଣର ଏକ ମାସ ମଧ୍ୟରେ ଜମି ହସ୍ତାନ୍ତର କରିବାକୁ ଚାହୁଁଥିବା ଲୋକଙ୍କୁ ମିଳିବ  ଶତକଡା ୧୦ଭାଗ ଅଧିକ ସହାୟତା । ଏଥି ନିମନ୍ତେ ରାଜ୍ୟ ସରକାର ୪୦କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ଅନୁଦାନକୁ  ଜମି ଅଧିଗ୍ରହଣ ଆକାଉଣ୍ଟରେ ଜମା କରିବାକୁ  ଯୁଗ୍ମ ସଚିବ ମୁଖ୍ୟଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  ।

ଜମି ଅଧିଗ୍ରହଣ ବିଜ୍ଞପ୍ତିର ଏକମାସ ମଧ୍ୟରେ ଜମି ହସ୍ତାନ୍ତର କରିବାକୁ ଚାହୁଁଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତେଣୁ ସର୍ଭେ ବେଳେ ଏପରି ପରିବାରଙ୍କୁ ଅଗ୍ରାଧିକାର ଦିଆଯାଉଛି । ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଜମି ଅଧିଗ୍ରହଣ ଓ ପୁନର୍ବାସ ଯୋଜନା ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କ ଏହି ୪୦କୋଟି ଟଙ୍କାର ଅନୁଦାନ  ବହୁ ଗୁରୁତ୍ୱ ବହନ କରୁଛି।

ଶ୍ରୀମନ୍ଦିର ସୁରକ୍ଷା ଜୋନର ୭୫ମିଟର ଚୌହଦି  ମଧ୍ୟରେ ଥିବା ୫ଟି ମୌଜାର ମୋଟ ୧୫ ଏକର ଜମି ଅଧିଗ୍ରହଣ ପାଇଁ ସର୍ଭେ ହେଉଛି । ପ୍ରଶାସନର ୫ଟି ଟିମ୍‌ ଶ୍ରୀମନ୍ଦିର ଉତ୍ତରଦ୍ୱାର ନିକଟ ଚୁଡଙ୍ଗସାହି ମୌଜାରୁ ଏହି  ସର୍ବେକ୍ଷଣ ଆରମ୍ଭ କରିଛନ୍ତି । ଘର ଘର ବୁଲି ବିସ୍ଥାପିତ ପରିବାରଙ୍କ ସହ ଆଲୋଚନା କରି ମତାମତ ସଂଗ୍ରହ କରୁଛନ୍ତି । ଏହାଦ୍ୱାରା କ’ଣ ସାମାଜିକ ପ୍ରଭାବ ପଡ଼ୁଛି, ତା’ର ମଧ୍ୟ ସର୍ବେକ୍ଷଣ ଚାଲିଛି ।



from Odisha Reporter https://ift.tt/2oqcLcU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages