ଗିରଫ ହେଲେ ବିଜେଡି ନେତା ଶମ୍ଭୁ ମହାନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 1, 2019

ଗିରଫ ହେଲେ ବିଜେଡି ନେତା ଶମ୍ଭୁ ମହାନ୍ତି

ଝାରସୁଗୁଡ଼ା(ଭାଗିରଥୀ ସାହୁ):  ମହଙ୍ଗା ପଡିଲା ପୁଲିସ୍‌ ଉପରେ ଦାଦାଗିରି । କର୍ତ୍ତବ୍ୟରତ ପୁଲିସ୍‌କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଝାରସୁଗୁଡା ବିଜେଡି ଉପସଭାପତି ଶମ୍ଭୁ ମହାନ୍ତି ଗିରଫ ହୋଇଛନ୍ତି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ନିଜ ଗାଡ଼ିରେ ଯାଉଥିଲେ। ମାତ୍ର ସେ ସିଟ୍‌ ବେଲ୍‌ଟ୍‌ ବାନ୍ଧି ନଥିଲେ। ବେଲ୍‌ପାହାଡ଼ ଫାଟକ ନିକଟରେ କାର୍ଯ୍ୟରତ ବେଲପାହାଡ଼ ଥାନାର ଏଏସ୍ଆଇ ଅର୍ଜୁନ ଓରାମ ଓ ଜଣେ କନଷ୍ଟେବଲ ବିଧାୟକଙ୍କ ଗାଡ଼ିକୁ ଅଟକାଇ ସିଟ୍‌ ବେଲ୍‌ଟ କାହିଁକି ବାନ୍ଧିନ ବୋଲି ପଚାରିଥିଲେ। ବିଧାୟକଜଣକ ନିଜର ପରିଚୟ ଦେବା ପରେ ପୁଲିସ ତାଙ୍କୁ ଛାଡ଼ି ଦେଇଥିଲା।

ତେବେ ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଝାରସୁଗୁଡ଼ା ବିଜେଡି ଜିଲ୍ଲା ଉପ-ସଭାପତି ଶମ୍ଭୁ ମହାନ୍ତି ପୁଲିସ୍‌ର ଏପରି କାର୍ଯ୍ୟକୁ ବିରୋଧ କରିଥିଲେ। କାର୍ଯ୍ୟରତ ଦୁଇ ପୁଲିସ କର୍ମଚାରୀଙ୍କୁ ଅତି ଅଭଦ୍ର ଭାଷାରେ ଗାଳି ଦେଇଥିଲେ। ଏପରିକି ଜେଲ୍ ପଠାଇବାର ଧମକ ମଧ୍ୟ ଦେଇଥିଲେ। ଯାହାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଶମ୍ଭୁ ମହାନ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଝାରସୁଗୁଡା ଏସ୍‌ପି ଅଶ୍ୱିନୀ କୁମାର ସୂଚନା ଦେଇଛନ୍ତି।



from Odisha Reporter https://ift.tt/2oiA1Ka

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages