ପର୍ଯ୍ୟଟକଙ୍କ ସମାଗମ ହେଉଥିବା ‘ପାନ୍ଥିକା’ ଏବେ ମଦ୍ୟପଙ୍କ ଆଡ୍ଡାସ୍ଥଳୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 9, 2019

ପର୍ଯ୍ୟଟକଙ୍କ ସମାଗମ ହେଉଥିବା ‘ପାନ୍ଥିକା’ ଏବେ ମଦ୍ୟପଙ୍କ ଆଡ୍ଡାସ୍ଥଳୀ

ଯାଜପୁର(ଗୁଲାମ ଗସ୍‌): ପର୍ଯ୍ୟଟନ ଶିଳ୍ପର ବିକାଶ ସହ ପର୍ଯ୍ୟଟକଙ୍କ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଏସବୁ ଭାଙ୍ଗିରୁଜି ନଷ୍ଟ ହୋଇଯାଉଛି। ଏହାର ଏକ ଉଦାହରଣ ହେଉଛି ଯାଜପୁର ଜିଲ୍ଲାର ‘ପାନ୍ଥିକା’। ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କାରେ ଏହାର ନିର୍ମାଣ କରାଯାଇଥିଲେ ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ଏହା ଏବେ ନଷ୍ଟ ହେବାକୁ ବସିଲାଣି।

୧୯୯୯ ମସିହାରେ ଓଟିଡିସି ପକ୍ଷରୁ ଏହି ‘ପାନ୍ଥିକା’ଟି ନିର୍ମାଣ କରାଯାଇଥିଲା। ପର୍ଯ୍ୟଟନସ୍ଥଳୀ ବୁଲି ପର୍ଯ୍ୟଟକମାନେ ବିଶ୍ରାମ ନେବା ଉଦ୍ଦେଶ୍ୟରେ ଏହା ନିର୍ମାଣ କରାଯାଇଥିଲା। ନିକଟରେ ପ୍ରସିଦ୍ଧ ଶୈବପୀଠ ଗୋକର୍ଣ୍ଣେଶ୍ୱର ମନ୍ଦିର ଓ ବୌଦ୍ଧ କୀର୍ତ୍ତିରାଜି ସଂପନ୍ନ ଦେଉଳି ପାହାଡ଼ ଥିବାରୁ ଅନେକ ସମୟରେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ସମାଗମ ଏଠାରେ ହେଉଥିଲା। ପର୍ଯ୍ୟକମାନେ ଏଠାକୁ ଆସି ରାତିରେ ରହିବା ସହ ଆଖପାଖରେ ଥିବା ପର୍ଯ୍ୟଟନସ୍ଥଳୀ ବୁଲି ଏହାର ମଜା ଉଠାଉଥିଲେ। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଏବେ ଏହି ପାନ୍ଥିକା ଭୂତକୋଠିରେ ପରିଣତ ହେବାକୁ ବସିଲାଣି।

ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ନିର୍ମିତ ଘର ସବୁ ନଷ୍ଟ ହେବାକୁ ବସିଲାଣି। ଗଛଲତା ମାଡ଼ି ‘ପାନ୍ଥିକା’ଟି ଜଙ୍ଗଲରେ ପରିଣତ ହୋଇଗଲାଣି। ଏକଦା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିବା ପାନ୍ଥିକାକୁ ଲୋକେ ଏବେ ଆସିବାକୁ ଭୟ କରୁଛନ୍ତି। ରାତିରେ ଏହା ଅସାମାଜିକ ଯୁବକଙ୍କ ଅଡ୍ଡାସ୍ଥଳୀ ପାଲଟିଛି। ପାନ୍ଥିକାର ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଜଗୁଆଳି ରହିବାର ବ୍ୟବସ୍ଥା ଥିଲେ ମଧ୍ୟ ମାସିକ ବେତନ ନେଇ ଜଗୁଆଳି ଆସୁନଥିବା ଅଭିଯୋଗ ହୋଇଛି।

କିଛି ଦିନ ପୂର୍ବରୁ ଏହି ‘ପାନ୍ଥିକା’ନିକଟରେ ହୋଟେଲ ମଧ୍ୟ ଚାଲୁଥିଲା। କିନ୍ତୁ ଏହାର ରକ୍ଷଣାବେକ୍ଷଣ ହେଉ ନଥିବାରୁ ଏହା ସଂପୂର୍ଣ୍ଣ ନଷ୍ଟ ହେବାକୁ ବସିଛି।

ପର୍ଯ୍ୟଟନସ୍ଥଳୀ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହାର ପୁନରୁଦ୍ଧାର ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

ଏହାର ଲିଜ୍‌ ପ୍ରକ୍ରିୟାକୁ ନେଇ କୋର୍ଟରେ ଏକ ମାମଲା ବିଚାରାଧୀନ ରହିଥିବା ବେଳେ ଏହାର ପୁନରୁଦ୍ଧାର ପାଇଁ ଉଦ୍ୟମ କରାଯାଉଥିବା କହିଛନ୍ତି ସ୍ଥାନୀୟ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ।

ଏନେଇ ସ୍ଥାନୀୟ ବାସିନ୍ଦା ଅଖିଳ କୁମାର ସ୍ୱାଇଁ କହିଛନ୍ତି,“ ଏହି ‘ପାନ୍ଥିକା’ରେ ପୂର୍ବରୁ ବହୁତ ପର୍ଯ୍ୟଟକଙ୍କ ସମାଗମ ହେଉଥିଲା। ଜାତୀୟ ରାଜପଥ କଡ଼କୁ ରହିଥିବାରୁ ପର୍ଯ୍ୟଟକମାନଙ୍କୁ ରହିବାରେ ସୁବିଧା ହେଉଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ରକ୍ଷଣାବେକ୍ଷଣ ଅଭାବରୁ ଏହା ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି । ଏହା ଏବେ ମଦ୍ୟପଙ୍କର ଆଡ୍ଡାସ୍ଥଳୀ ପାଲଟିଛି। ଯଦି ସରକାର ପାନ୍ଥିକାର ପୁନରୁଦ୍ଧାର କରନ୍ତେ, ପୁଣି ପୂର୍ବ ଭଳି ପର୍ଯ୍ୟଟକଙ୍କ ସମାଗମ ହୁଅନ୍ତା।”

ଗୋକର୍ଣ୍ଣେଶ୍ୱର ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ ଯୁଧିଷ୍ଠିର ସ୍ୱାଇଁ କହିଛନ୍ତି,“ ଏହି ପାନ୍ଥିକାରେ ପୂର୍ବରୁ ପର୍ଯ୍ୟଟକମାନେ ରହୁଥିବା ବେଳେ ବାହାଘର ମଧ୍ୟ ହେଉଥିଲା। କିନ୍ତୁ ଏହା ଭାଙ୍ଗିରୁଜି ଗଲାଣି। ସରକାର ପୁନରୁଦ୍ଧାର କଲେ ପୁଣି ଏଠାରେ ପୂର୍ବ ପରି ପର୍ଯ୍ୟଟକଙ୍କ ସମାଗମ ହେବ।”



from Odisha Reporter https://ift.tt/321le5j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages