ଚୌକିଦାର ସାଜିଲା ଚୋର, ଲୁଟିଲା ଟୋଲ୍ ପ୍ଲାଜା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 9, 2019

ଚୌକିଦାର ସାଜିଲା ଚୋର, ଲୁଟିଲା ଟୋଲ୍ ପ୍ଲାଜା

ନୂଆଦିଲ୍ଲୀ: ନିକଟରେ ହୋଇଥିବା ସାଧାରଣ ନିର୍ବାଚନରେ ଅନେକ ଥର ‘ଚୌକିଦାର ଚୋର ହେ’ ନାରା ଶୁଣିବାକୁ ମିଳିଥିଲା। ଏବେ ଏହି ନାରା ସତ ହୋଇଥିବା ଦେଖିବାକୁ ମିଳିଛି। ମଧ୍ୟପ୍ରଦେଶର ରିବାରେ ଦୁଇ ଜଣ ଚୌକିଦାର ଚୋର ସାବ୍ୟସ୍ତ ହୋଇଛନ୍ତି। ଯେଉଁ ଚୌକିଦାର ଟୋଲ ପ୍ଲାଜା ସୁରକ୍ଷା ଦାୟିତ୍ୱରେ ଥିଲେ ସେହି ଚୌକିଦାର ହିଁ ଏବେ ଟୋଲ ପ୍ଲାଜାରୁ ଲକ୍ଷାଧିକ ଟଙ୍କା ଚୋରି କରିଥିବା ଦେଖିବାକୁ ମିଳିଛି। ଯାହାର ପ୍ରମାଣ ରେକର୍ଡ ହୋଇଛି ଟୋଲ୍ ପ୍ଲାଜା ଅଫିସରେ ଥିବା ସିସି ଟିଭିରେ।

ଚୌକିଦାର ରବି ଓ ତାର ସହଯୋଗୀ ଅଙ୍କିତ ସିଂହ ଏବଂ ଟୋଲ ପ୍ଲାଜାର ଜଣେ କର୍ମଚାରୀ ଅଫିସରୁ ୩ ଲକ୍ଷରୁ ଅଧିକ ଟଙ୍କା ଚୋରି କରିଥିବା ପୁଲିସ୍ ଗିରଫ କରିବା ପରେ ଜାଣିବାକୁ ପାଇଛି। ଏହି ଚୋରି ଘଟଣାର ମାଷ୍ଟର ମାଇଣ୍ଡ ଚୋକିଦାର ଅଙ୍କିତ ସିଂହ ବୋଲି ଜଣାପଡ଼ିଛି। ସୋମବାର ରାତିରେ ଅଙ୍କିତ ଡ୍ୟୁଟି ଉପସ୍ଥାପନା ଖାତାରେ ଦସ୍ତଖତ ନକରି ଅଫିସ ଖୋଲାକରି ପଳାଇଥିଲା। ଏହାପରେ ଟୋଲ ପ୍ଲାଜାର ଅନ୍ୟ ଜଣେ କର୍ମଚାରୀ ଏବଂ ଚୌକିଦାର ରବି ମିଶି ୩ ଲକ୍ଷ ଟଙ୍କା ଚୋରି କରି ଫେରାର ହୋଇଯାଇଥିଲେ। ଏବେ ସମସ୍ତ ଟଙ୍କା ଜବତ ହୋଇଥିବା ସ୍ଥାନୀୟ ପୁଲିସ ଅଧିକାରୀ କହିଛନ୍ତି।



from Odisha Reporter https://ift.tt/2nx5Xu6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages